ଏସ.ଭି ନିରତାରରେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଅନୁଷ୍ଠିତ

୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> ଭାରତ ସରକାରଙ୍କ ଅଧିନସ୍ଥ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଓଲଟପୁରସ୍ଥିତ ସ୍ବାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଏବଂ ଅନୁସନ୍ଧାନ ସଂସ୍ଥାନ ଦ୍ଵାରା ବିଶ୍ବ ଭିନ୍ନକ୍ଷମ ଦିବସ ୨୦୨୩ ଡାକ୍ତରଖାନା ପରିସର ମଧ୍ୟରେ ପାଳନ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଉଚ୍ଚ ନ୍ୟାୟାଳୟର ବିଚାରପତି ଶ୍ରୀଯୁକ୍ତ ଗୌରୀଶଙ୍କର ଶତପଥୀ ମୂଖ୍ୟ ଅତିଥି , WHO ର କ୍ଷେତ୍ରୀୟ ଅଧିକାରୀ ଡକ୍ଟର ନିହାର ରଞ୍ଜନ ରାୟ, ଆର୍ୟୁବେଦାଚାର୍ଯ୍ୟ ଡକ୍ଟର ଅଜୟ ମହାପାତ୍ର, ଦୂରଦର୍ଶନର ପରିକ୍ରମା ଏବଂ ପାର୍ଲାମେଣ୍ଟ ବ୍ୟାପାର ମୂଖ୍ୟ ସମ୍ମାନୀୟ ,

ଦୀଲ୍ଲିପ ସାମନ୍ତରାୟ ଯୋଗଦେଇ ଅନ୍ତେବାସୀ ଦିବ୍ୟାଙ୍ଗ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିବା ସହ ବିଭିନ୍ନ ଉପଚାର ବିଷୟରେ ପଚାରି ବୁଝିଥିଲେ। କର୍ମଚାରୀ ଓ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କ ଦ୍ଵାରା ପ୍ରାୟୋଜିତ କାର୍ଯ୍ୟକ୍ରମ ରେ ଭାଗ ନେଇ ନିର୍ଦ୍ଦେଶକ ଏବଂ ଉପନିର୍ଦ୍ଦେଶକ ମାନଙ୍କ ଉପସ୍ଥିତି ରେ ମୂଖ୍ୟ ଅତିଥି, ସମ୍ମାନିତ ଅତିଥି,ବୃନ୍ଦ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ। ପ୍ରାରମ୍ଭ ରେ ଡାକ୍ତର ପବିତ୍ର କୁମାର ସାହୁ ଅତିଥି ମାନଙ୍କୁ ସ୍ବାଗତ କରିବା ସହ ବୈଷୟିକ ଉପନିର୍ଦ୍ଦେଶକ ଡାକ୍ତର କିଶୋର ଚନ୍ଦ୍ର ମହାପାତ୍ର ବକ୍ତବ୍ୟ ଉପସ୍ଥାପନ କରିଥିଲେ ।

ଚଳିତ ବର୍ଷର ମୂଖ୍ୟ କାର୍ଯ୍ୟାଧୀ ଲକ୍ଷ sustainable development goals for, with and by person’s with disability ସମ୍ପର୍କରେ ମୂଖ୍ୟ ଅତିଥି ସମ୍ମାନୀୟ ବିଚାରପତି ମହୋଦୟ ବ୍ୟାପକ ଆଲୋକପାତ କରିବା ସହ ମୂଖ୍ୟବକ୍ତା ଓ ସମ୍ମାନୀୟ ଅତିଥୀ ବୃନ୍ଦ ବିଭିନ୍ନ ଦିଗରୁ ବିଚାର ବିମର୍ଷ ଓ ତାର ପ୍ରାସଙ୍ଗିକତା ଉପରେ ମତବ୍ୟକ୍ତ କରିଥିଲେ । ଏତଦ୍ ବ୍ୟତୀତ ସଂସ୍ଥାନର ନିର୍ଦ୍ଦେଶକ ଡାକ୍ତର ପତିତପାବନ ମହାନ୍ତି ଚଳନ ବାଧିତ ଦିବ୍ୟାଙ୍ଗ ମାନଙ୍କର ସେବା କ୍ଷେତ୍ରରେ ଏସ୍ ଭି ନିରତାର ର ମହାନ୍ ଐତିହ୍ୟ ଓ ଅନୁସନ୍ଧାନ ପାରଦର୍ଶିତା ଉପରେ

ଆଲୋକପାତ କରିବା ସହ ଏହା କିପରି ଏକ ବିଶ୍ବସ୍ତରୀୟ ଅନୁଷ୍ଠାନ ରେ ପରିଣତ ହୋଇପାରିଛିଏବଂ ଆଗକୁ ପୂର୍ଣମାତ୍ରାରେ ଆର୍ନ୍ତଜାତିକ ସ୍ତରର ଅନୁସନ୍ଧାନ ସଂସ୍ଥାନ ଭାବରେ ନିଜକୁ ପ୍ରତିଷ୍ଠିତ କରିବାକୁ ଯାଉଛି ତାହା ଉପରେ ଉପସ୍ଥିତ ବ୍ୟକ୍ତି ମାନଙ୍କୁ ସୂଚନା ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଦିବ୍ୟାଙ୍ଗ ଭାଇଭଉଣୀ ଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଭାଇ ଭଉଣୀ ମାନଙ୍କୁ ପୁରସ୍କୃତ କରିବା ସହିତ ବିଭିନ୍ନ ଉପକରଣ ବଣ୍ଟନ କରାଯାଇଥିଲା। ଶେଷରେ ଦିବ୍ୟାଙ୍ଗ ଭାଇ ଭଉଣୀ ମାନଙ୍କ ଦ୍ଵାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲ ।

Exit mobile version