Home ଓଡ଼ିଶା ଗଜପତି ଜିଲ୍ଲାରେ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ପାଳନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପାରଳାଖେମୁଣ୍ଡି :-> ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ପାଳନ ଅବସରରେ ଏବଂ ଜିଲ୍ଲାର ପିତୃମାତୃ ହୀନ, ଅବହେଳିତ ଏବଂ ପରିତ୍ୟକ୍ତ ଶିଶୁମାନଙ୍କୁ କୋଳେଇ ନେବା ପାଇଁ ଜିଲ୍ଲା ବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନିମନ୍ତେ ଆଜି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତଥା ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ସହଯୋଗରେ ଜିଲ୍ଲା ପରିଷଦ ସମ୍ମେଳନ କକ୍ଷ ଠାରେ ଏକ ଦିବସୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଧେଶ୍ୟ ମୁଖ୍ୟ ଅତିଥି ଏବଂ ଅନ୍ୟ ଅତିଥି ମାନଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଯୋଗଦେଇ ପିତୃମାତୃ ହୀନ, ଅବହେଳିତ ଏବଂ ପରିତ୍ୟକ୍ତ ଶିଶୁମାନଙ୍କୁ କୋଳେଇ ନେଉଥିବା ପିତାମାତା ମାନଙ୍କୁ ଅଶେଷ ଧନ୍ୟବାଦ ପ୍ରଦାନ କରିଥିଲେ। ତାପରେ ମୁଖ୍ୟ ଅତିଥି, ଆମ ଜିଲ୍ଲାରୁ ଅନ୍ୟ ଜିଲ୍ଲା,ରାଜ୍ୟ ଏବଂ ବିଦେଶକୁ ପୋଷ୍ୟ ସନ୍ତାନ ଭାବେ ଯାଇଥିବା ଶିଶୁ ଏବଂ ସେମାନଙ୍କର ଆଇନତଃ ପିତାମାତାଙ୍କ ସହ ଭିଡ଼ିଓ କଲ୍ ମାଧ୍ୟମରେ ପିଲାମାନଙ୍କର ଭଲମନ୍ଦ ବୁଝିବା ସହ ପିତା ମାତାଙ୍କ ସହ ଆଲୋଚନା କରିଥିଲେ। ଆମ ଜିଲ୍ଲାର ଦମ୍ପତ୍ତି ଅନ୍ୟ ଜିଲ୍ଲା ତଥା ରାଜ୍ୟରୁ ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ଯୋଗୁଁ ସେମାନଙ୍କୁ ଉତ୍ତରୀୟ ଏବଂ ଶିଶୁମାନଙ୍କୁ ଖେଳନା ପ୍ରଦାନ କରି ଉତ୍ସାହିତ କରିବା ସହ ସେମାନଙ୍କର ଅନୁଭୁତିକୁ ପଚାରି ବୁଝିଥିଲେ।ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ବିରେନ୍ଦ୍ର କୁମାର ଦାସ ଯୋଗଦେଇ ପୋଷ୍ୟ ସନ୍ତାନ ଗ୍ରହଣ ବିଷୟରେ ସମ୍ୟକ ସୂଚନା ଦେବା ସହ ଯେଉଁ ଶିଶୁ ମାନେ ଆଇନତଃ ମୁକ୍ତ ହୋଇ ଶିଶୁ ଯତ୍ନ ଅନୁଷ୍ଠାନରେ ରହିଛନ୍ତି ସେମାନେ କିପରି ନୂତନ ପିତାମାତା ଶୀଘ୍ର ପାଇବେ ସେଥିପାଇଁ କାମନା କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଡ଼. ଗୁଣନିଧି ନାୟକ କାର୍ଯ୍ୟକ୍ରମରେ ଯୋଗଦେଇ ଆମ ଜିଲ୍ଲାରେ ପୋଷ୍ୟ ସନ୍ତାନ ଗ୍ରହଣ କରିଥିବା ପିତାମାତାଙ୍କ ସ୍ବାଗତ କରିବା ସହ ଗୋଟିଏ ଶିଶୁ ଅନନ୍ୟ ହେବା ପାଇଁ ନିଜ ମଧ୍ୟରେ ଭଲପାଇବା, ସହନଶୀଳତା ରକ୍ଷା କରିବା, ଆଚରଣ ଓ ଉଚ୍ଚାରଣ କୁ ଗୁରୁତ୍ବ ଦେବା ଯାହାକି ଶିଶୁର ବିକାଶ ଉପରେ ପ୍ରଭାବ ପକାଇ ଶିଶୁଟି ଉତ୍ତମ ନାଗରିକ ହୋଇପାରିବ।ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିସାନ ସାଲୋମ ର ୪୯ ତମ ଶିଶୁକୁ ତଥା କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସମ୍ବଳ କେନ୍ଦ୍ର ଦ୍ବାରା ଅନୁମୋଦିତ ହୋଇଥିବା ଉତ୍ତର ପ୍ରଦେଶର ଏକ ଦମ୍ପତ୍ତିଙ୍କୁ ଜିଲ୍ଲାପାଳ ପୋଷ୍ୟ ସନ୍ତାନ ରୂପେ ହସ୍ତାନ୍ତର କରିଥିଲେ। ସୂଚନା ପ୍ରକାରେ ଉକ୍ତ ଦମ୍ପତ୍ତିଙ୍କର ପୂର୍ବରୁ ଏକ କନ୍ୟା ସନ୍ତାନ ରହିଥିବା ବେଳେ ପୋଷ୍ୟ ସନ୍ତାନ ରୂପେ ଏକ ପୁତ୍ର ସନ୍ତାନ ପାଇ ଦମ୍ପତ୍ତି ବେଶ୍ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା।ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରକୁ ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ ଯେଉଁ ମାନେ ରକ୍ତ ଦେଇ ଜୀବନ ବଞ୍ଚାଉଛନ୍ତି ସେମାନଙ୍କୁ ମଧ୍ୟରୁ ଶ୍ରୀ ଦେବାଶିଷ ପଟ୍ଟନାୟକ ଏବଂ ଶ୍ରୀ ପ୍ରଶାନ୍ତ କୁମାର ପାଷ୍ପୁରେଡ଼ି ଙ୍କୁ ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ପୋଷ୍ୟ ସନ୍ତାନ ବିଷୟରେ ଅଧିକ ଜାଣିବା ଏବଂ ପିତୃ ମାତୃ ହୀନ, ଅବହେଳିତ ଓ ପରିତ୍ୟକ୍ତ ଶିଶୁମାନଙ୍କୁ କୋଳେଇ ନେବା ପାଇଁ ଆବଶ୍ୟକ ସୂଚନା ପ୍ରଦାନ ପାଇଁ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ଟୋଲ୍ ଫ୍ରି ନମ୍ୱର 9668889828 ଜିଲ୍ଲାପାଳଙ୍କ ଦ୍ବାରା ଉନ୍ମୋଚନ ହୋଇଥିଲା। ପରିଶେଷରେ ପରିଚାଳକ ଶ୍ରୀ ପ୍ରତ୍ୟୁଷ କୁମାର ସୂର୍ଯ୍ୟ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସବିଶେଷ ତଥ୍ୟ ପ୍ରଦାନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ଲୋକନାଥ ପଣ୍ଡା, ଶିଶୁ ମଙ୍ଗଳ ସମିତି ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଶ୍ବିନୀ କୁମାର ମହାପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ, ଜିଲ୍ଲା ପ୍ରଶାସନ ଦ୍ବାରା ପରିଚାଳିତ ହେଉଥିବା ବିଭିନ୍ନ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିଲେ। Categories: ଓଡ଼ିଶା, ଗଜପତି, ହୋମ୍ Related Content ନରସିଂହପୁର କ୍ଲଷ୍ଟରରେ ଚତୁର୍ଥ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ by Proprietor Abhimanyu Maharana October 6, 2026 ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ by Proprietor Abhimanyu Maharana October 6, 2026 ଭକ୍ତଙ୍କ ଗହଣରେ ପ୍ରେମ ପ୍ରଭାହିନୀ ରଥ ବାଣ୍ଟୁଛି ପ୍ରେମ, ସେବା ଓ ଆଧ୍ୟାତ୍ମିକତାର ବାର୍ତ୍ତା by Proprietor Abhimanyu Maharana October 6, 2026 Chandi Bhandar Unveils the “Aaranya” Edit for Durga Puja by Proprietor Abhimanyu Maharana October 5, 2026 ସେବା ଜ୍ୟୋତି ଯାତ୍ରା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 4, 2026 ଉଦ୍ୟାନ କୃଷି ରେ ଅଭିମନ୍ୟୁ ସୃଷ୍ଟି କରିଛନ୍ତି ନୂଆ ପରିଚୟ by Proprietor Abhimanyu Maharana October 4, 2026