ଛେଳାଗଡ ଉଚ୍ଚ ବିଦ୍ୟାଳୟରେ ବାଷିକ ଉଛେଦ ଅନୁଷ୍ଠିତ

୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଆର,ଉଦୟଗିରି ବ୍ଳକର ଛେଳାଗଡ ଗ୍ରାମରେ ଥିବା କଲ୍ୟାଣ ବିଭାଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷାର ବାଷିକ ଉତ୍ସବ ମହା ଆଡମ୍ବର ସହ ପାଳିତ ହୋଇଥିଲା । ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ଜଗବନ୍ଧୁ ଦାସ, ଆର,ଉଦୟଗିରି ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀନାରାୟଣ ଶବର, ମୁଖ୍ୟ ବକ୍ତା ବିଡିଓ ଲରିମନ ଖର୍ସେଲ, ସମ୍ମାନିତ କନିଷ୍ଠ ଯନ୍ତୀ ଖର୍ବେଶ୍ବର ସାହୁ, ଛେଳାଗଡ, ଡାବାରାଗୁଡା ସରପଞ୍ଚ, ସମିତିସଭ୍ୟ,

ବିଦ୍ୟାଳୟ ପରିଚାଳନା କମିଟି ସଭାପତ, ସି, ଆର,ସି,ସି ନିକଟସ୍ଥ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତୀ, ଗ୍ରାମ ମୁଖିଆ , ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ଅଭିଭାବିକା ପ୍ରମୁଖ ଯୋଗ ଦେଇଥିଲେ । ବାଷିକ କ୍ରୀଡାରେ ଉତିନ ପ୍ରତିଯୋଗିତା କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍ଖୃତ କରାଯାଇଥିଲା । ପ୍ରଧାନ ଶିକ୍ଷକ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ।

ସହକାରୀ ଶିକ୍ଷକ ଅତିଥି ପରିଚୟ ପ୍ରଦାନ କରିବା ସହ ବିଦ୍ୟାଳୟ ର ବାଷିକ ବିବରଣୀ ପାଠ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଜ୍ଞାନ ଶିକ୍ଷକ ଓ ବରିଷ୍ଠ ଶିକ୍ଷକଙ୍କ ନେତୃତ୍ବରେ ସମସ୍ତ ଶିକ୍ଷକ, ଶିକ୍ଷୟିତୀ ଓ ବିଦ୍ୟାଳୟ ଅନ୍ୟାନ୍ୟ କର୍ମଚାରୀଙ୍କ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଆକର୍ଷଣୀୟ ତଥା ମନ ଛୁଆ ଗୀତା ନାଚ ଛାତ୍ରଛାତ୍ରୀ କରିଥିଲେ ।

Exit mobile version