ଓଡିଶା ତାଜା ନ୍ୟୁଜ୍ /ରିପୋର୍ଟ ସୋନାଲି (୧୭ ଜୁଲାଇ ୨୦୨୦ ଶୁକ୍ରବାର) ରଣପୁର :- ରଣପୁର ,ଗତ ୯/୭/୨୦ ରିଖ୍ ରେ ସୋସିଆଲ ମିଡିଆ ରେ ଅଙ୍ଗନୱାର୍ଡ଼ି କର୍ମୀ ଙ୍କ ସମ୍ପର୍କୀୟ ଏକ ପୋଷ୍ଟ ହୋଇଥିଲା । ସେଥିରେ କେତେକ ଅନୈତିକ ଯୁବକ ଅଶ୍ଳୀଳ ମନ୍ତବ୍ୟ ଦେଇଥିବାରୁ ୧୬ ତାରିଖ ଦିନ ସକାଳ ପ୍ରାୟ ୭ ଟା ବେଳେ ଅଙ୍ଗନବାଡି ରଣପୁର ବ୍ଲକ ର ସଭାପତି ସୁଶ୍ରୀ ସଙ୍ଗୀତା ମହାପାତ୍ର ଙ୍କ ସହ
ରଣପୁର ଏନେସି ର ଅମ୍ରିତା ମିଶ୍ର ୪ ଜଣ କର୍ମୀ ଥାନା ରେ ଅଭିଯୋଗ ଦେବାକୁ ଯାଇ କୋର୍ଟ ପାଖରେ ଏତଲା ଲେଖୁଥିବା ବେଳେ ପୋଷ୍ଟ କରିଥିବା ବ୍ୟକ୍ତି କୁ ଦେଖି କାହିଁକି ଏଭଳି ପୋଷ୍ଟ କରିଛନ୍ତି ପଚାରିବାରୁ , ସେ ସଠିକ ଉତ୍ତର ନ ଦେଇ ଅନ୍ୟଥା କହିବାରୁ ପରସ୍ପର ମଧ୍ୟରେ ବଚସା ହେଉଥିବା ବେଳେ ,କୋଭିଡି-୧୯ ଯୋଗୁଁ ୫ ଜଣ ରୁ ଅଧିକ ଠିଆ ହୋଇଥିବା ଦୃଷ୍ଟି କୋଣ ରୁ ପୋଲିସ୍ ପହଞ୍ଚି ଉଭୟ ଙ୍କୁ ଥାନା କୁ ନେଇଥିଲେ । ଶେଷରେ ସ୍ଥାନିୟ ବିଧାୟକ ଙ୍କ ହସ୍ତକ୍ଷେପ ଯୋଗୁଁ cr.pc ୪୧ ରେ ପୋଲିସ ଅଭିଯୁକ୍ତ ଙ୍କୁ ଛାଡ଼ିଲେ ।
