ଏମ କେ ସି ଜି ଦିବ୍ୟାଙ୍ଗ ବିଦ୍ୟାଳୟରେ ବିଶ୍ବ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି

୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଶନିବାର ଏମ. କେ, ସି, ଜି ସ୍ବତନ୍ତ ବିଦ୍ୟାଳୟରେ ବିଶ୍ବ ଭିନ୍ନକ୍ଷମ ଦିବସର ପ୍ରଥମେ ପର୍ଯ୍ୟାୟ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଉକ୍ତ ସଭାରେ ପ୍ରଥମ ଶ୍ରେଣୀ ବିଚାରପତି ମାନବର ଶ୍ରୀଯୁକ୍ତ ଶୁଭଜିତ ବେହେରା, ମୁଖ୍ୟଅତିଥି ଡାକ୍ତର ଜୀତେନ୍ଦ୍ର ବିଶ୍ବାଳ , ସମ୍ମାନିତ ଅତିଥି ସରକାରୀ ଓକିଲ ଶ୍ରୀ ଆଦିତ୍ୟ ନାରାୟଣ ତ୍ରିପାଠୀ ,

ପୂର୍ବତନ ଶିକ୍ଷକ ଶ୍ରୀ ପ୍ରଶାନ୍ତ ବୀର, ଆଇନିଜୀବୀ ଶ୍ରୀ ମଧୁସୁଦନ ପାଢୀ, ବିଦ୍ୟାଳୟର ଉପଦେଷ୍ଟା ତଥା ଆଇନଜୀବୀ ଶ୍ରୀ ଦୁର୍ଯ୍ୟୋଧନ କରାଡ, ବିଚାରପତିଙ୍କର ପୂଜ୍ୟପିତାମାତା ଯୋଗ ଦେଇଥିଲେ । ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ଦଣ୍ଡାସି ସାହୁ ସଭାପତିତ୍ବ କରିଥିଲେ । ଓକିଲ ସଂଘ ତଥା କୋର୍ଟର କର୍ମଚାରୀଗଣ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଶିକ୍ଷକ ଶିକ୍ଷୟିତୀ ତଥା ବିଦ୍ୟାଳୟ କର୍ମଚାରୀମାନେ ସହଯୋଗ କରିଥିଲେ । ମୁଖ୍ୟ ଅତିଥି ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ସର୍ବଶେଷରେ ସମସ୍ତ ଅତିଥିଙ୍କୁ ଶିକ୍ଷାକମିଟି ସଭ୍ୟ ଶ୍ରୀ ମଧୁସୁଦନ ନାୟକ ଧନ୍ୟବାଦ ଅର୍ପଣ କରିବା ସହିତ ସଭାପତି ଶ୍ରୀଯୁକ୍ତ ଦଣ୍ଡାସି ସାହୁ ସଭାକାର୍ଯ୍ୟକୁ ସାଙ୍ଗ କରିଥିଲେ ।

Exit mobile version