ଚାନ୍ଦପୁର ପ୍ରୀମିୟର ଲିଗ୍ 2023 ଉଦ୍ଘାଟିତ

୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ଗତ ରବିବାର ଦିବା ୧୧ ଘଣ୍ଟିକା ସମୟରେ ସୁପର ସଣ୍ଡେ ସୋସିଆଲ କ୍ଲବ୍ ସହଯୋଗ ରେ ଅନୁଷ୍ଠିତ ହୋଇଯାଇଛି । ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳୀ ମାନଙ୍କୁ ଉଶ୍ଚାହିତ କରିଥିଲେ। ଏହି ଟୁର୍ଣ୍ଣାମଣ୍ଟ ର ଆକଷ୍ରଣ ର ସାଜିଥିଲେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ। ଅନ୍ୟ ମାନଙ୍କ ମଧ୍ୟରେ ଚାନ୍ଦପୁର ସରପଞ୍ଚ ରଞ୍ଜିତା ସେନାପତି,କନ୍ଧନୟାଗଡ ସରପଞ୍ଚ ଗୁଲୁବାସ ସୁବୁଦ୍ଧି, ପୂର୍ବତନ ଜି୍ଲାପରିଷଦ ସଭ୍ୟ ବିଜୟ କେତନ ସାହୁ, ପୁର୍ବତନ ସରପଞ୍ଚ ଅରୁଣ କୁମାର ସୁବୁଦ୍ଧି,ଚାନ୍ଦପୁର ଥାନା ଅଧିକାରୀ ଜଗଦୀଶ କର,ରଣପୁର ନଗର ସଭାପତି ଲିଙ୍ଗରାଜ ନାୟକ,

ଗୋପାଳପୁର ଜୋନ ସଭାପତି ଷୌମେନ୍ଦ୍ର କୁମାର ସ୍ୱାଇଁ, ଯୁବ ସମାଜସେବୀ ରଞ୍ଜନ ଦାସ, କ୍ଲବ୍ ର ଉପଦେଷ୍ଟା ରବୀନ୍ଦ୍ର କୁମାର ନାୟକ, ଉପଦେଷ୍ଟା ଧିରେନ୍ କୁମାର୍ ସାହୁ, ଟୁର୍ଣ୍ଣାମେଣ୍ଟ ର ମୂଖ୍ୟ sponsered ଶ୍ରୀ ଲକ୍ଷ୍ମୀ ଟ୍ରେଡର୍ସ୍ ର ପ୍ରୋପାଇଟର ପ୍ରତାପ କୁମାର ସାହୁ, ସାଇ ୟମହା ର ପ୍ରୋପାଇଟର୍ ପ୍ରଦୀପ କୁମାର ସାହୁ ଯୋଗଦେଇ ସହଯୋଗ କରିଥଲେ। କ୍ଲବ୍ ର ସଭାପତି ବିଶ୍ୱଜିତ୍ ସାହୁ ସଭା ସମ୍ପାଦନ କରିଥିଲେ ପରିଶେଷରେ କ୍ଲବ୍ ସଦସ୍ୟ ଜଗତ୍ ଜୀତ ପ୍ରଧାନ ଧନ୍ୟବାଦ୍ ଦେଇ ସଭା ଶେଷ କରିଥଲେ।

ପ୍ରଥମେ ବିଧାୟକ ସୁରେଶ ରାଉତରାୟ ଓ ବିଧାୟକ ସତ୍ୟନାରାୟଣ ପ୍ରଧାନ ଙ୍କୁ ଏକ ବିରାଟ ବାଇକ ଶୋଭାଯାତ୍ରାରେ ନଗର ପରିଭ୍ରମଣ କରିଥଲେ, ତାହାପରେ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ଠାରେ ଥିବା ଖେଳ ପଡିଆ ଠାରେ ପହଞ୍ଚିଥିଲେ।ପ୍ରଥମ ମ୍ୟାଚ୍ ରେ ମହାବୀର କ୍ରିକେଟ୍ କ୍ଲୁବ୍ ଓ ବ୍ଲାକ କ୍ୟାପ୍ପ ମଧ୍ୟରେ ଅନୁଷ୍ଠିତ ହେଇଥିଲା ବ୍ଲାକ କ୍ୟାପସ ଦଳ ଟଚ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦୦ ବଲ୍ ରେ ୮ୱିକେଟ ହରାଇ ୧୨୦ ରନ କରିବାକୁ ସକ୍ଷମ ହୋଇଥିଲା ଜବାବ ରେ ମହାବୀର କ୍ରିକେଟ୍ କ୍ଲବ୍   ନିର୍ଦ୍ଧାରିତ ୧୦୦ ବଲ ରେ ୭ୱିକେଟ୍ ହରାଇ ୧୦୨ରନ୍ କରିବାକୁ ସକ୍ଷମ ହୋଇଥିଲା । ଗୋଦାବରୀ ସାହୁ ଓ ବାପି ପାତ୍ର ଖେଳ ପରିଚାଳନା କରିଥିଲେ। ସୁପର ସଣ୍ଡେ ସୋସିଆଲ   କ୍ଲବ୍ ର ସମସ୍ତ ସଦସ୍ୟ ଏହାକୁ ସହଯୋଗ କରିଥଲେ।

Exit mobile version