ନୟାଗଡ଼ : ବିଶ୍ବ ଏଡ୍ସ ଦିବସ ସଚେତନତା ରାଲି

୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୟାଗଡ଼ :-> ନୂଆ-ଓ ଏବଂ ନବୀନ ଓଡ଼ିଶା ଆହ୍ବାନ କ୍ରମେ ବିଶ୍ବ ଏଡ୍ସ ଦିବସ ଅବସରରେ ସ୍ଥାନୀୟ ମଡେଲ ଡିଗ୍ରୀ କଲେଜ, ନୟାଗଡ଼ର ଛାତ୍ରଛାତ୍ରୀ ତଥା ଯୁବ ରେଡକ୍ରସର ସ୍ବଚ୍ଛାସେବୀମାନଙ୍କ ସହଯୋଗରେ ଏକ ବିଶାଳ ରାଲି ଅନୁଷ୍ଠିତ ହୋଇଥିଲା . ଉକ୍ତ ପଦଯାତ୍ରାକୁ ଲାଠିପଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସରସ୍ବତୀ ପଗଡ଼, ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ଶ୍ରୀଯୁକ୍ତ ପଞ୍ଚାନନ ଡାକୁଆ ଓ ସଭ୍ୟ ଶ୍ରୀଯୁକ୍ତ ପବିତ୍ର କୁମାର ବେହେରା ରିବନ୍ କାଟି,

ପତାକା ଦେଖାଇ ଉଦ୍ଘାଟନ କରିଥିଲେ । ପ୍ରାୟ ୩୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କ ଗହଣରେ ସ୍ଥାନୀୟ ଲାଠିପଡ଼ା ଗ୍ରାମରେ ବିଭିନ୍ନ ସ୍ଲୋଗାନ ଦେଇ ପରିଭ୍ରମଣ କରି ଜନସାଧାରଣଙ୍କ ମନରେ ଚେତନା ଜାଗ୍ରତ କରିଥିଲେ । ମହାବିଦ୍ୟାଳୟର ଯୁବ ରେଡକ୍ରସ ଅଧିକାରୀ ମିସ୍ ବିଜୟିନୀ ଶୁଭଦର୍ଶିନୀ, ନୂଆ-ଓ ନୋଡାଲ ଅଫିସର ଡକ୍ଟର ଜୟରାମ ସିଂ ସାମଲ ।

ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀ ସୁନୀଲ କୁମାର ମଲ୍ଲିକଙ୍କ ତତ୍ତ୍ବାବଧାନରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଶ୍ରୀ ଗୌରମୋହନ ସାହୁ, ଡକ୍ଟର ଜ୍ୟୋତ୍ସ୍ନାରାଣୀ କର, ମିସ୍ ଦୀପିକା ରାଣୀ ତୁରୁକ୍, ଶ୍ରୀ ପ୍ରଜ୍ଞାନ୍ସ ରଞ୍ଜନ ସାହୁ, ଡକ୍ଟର ପ୍ରକାଶ କୁମାର ସାହୁ, ଡକ୍ଟର ସୀତାରାମ ସ୍ବାଇଁ, ଶ୍ରୀ ଉରୁକ୍ରମ ପଣ୍ଡା, ଶ୍ରୀ ଜଗବନ୍ଧୁ ନାୟକ ପ୍ରମୁଖ ଶାନ୍ତି ଶୃଙ୍ଖଳା ସହ ପଦଯାତ୍ରା ସମ୍ପନ୍ନ କରିବାରେ ସହାୟତା କରିଥିଲେ ।

Exit mobile version