ପ୍ରଧାନ ଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା

୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିରାକାରପୁର :-> ଟାଙ୍ଗି ବ୍ଳକ ଅଧୀନସ୍ଥ କମାଗୁରୁ ପଞ୍ଚାୟତର ଅଚ୍ୟୁତପୁର କ୍ଳଷ୍ଟରର ଜଗନ୍ନାଥପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବିଳାସିନୀ ଦେଇଙ୍କ ସଭାପତିତ୍ଵରେ ଉକ୍ତ ଉତ୍ସବରେ ଟାଙ୍ଗି ବ୍ଳକର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି, ସହକାରୀ ଗୋଷ୍ଠୀ ଶିକ୍ଷାଅଧିକାରୀ ଶ୍ରୀମତୀ ସୁଧାଂଶୁ ମଞ୍ଜରୀ ଦେବୀ ମୁଖ୍ଯବକ୍ତା ଓ ସମ୍ମାନୀତ ଅତିଥି ଭାବରେ ଶିକ୍ଷକ ସଂଘ ସମ୍ପାଦକ ପ୍ରଦୀପ କୁମାର ପରିଡ଼ା, ଗୋବିନ୍ଦ ଚନ୍ଦ୍ର ବେହେରା,ପ୍ରଭାସ ରଞ୍ଜନ ପଟ୍ଟନାୟକ,

ବଳଭଦ୍ର ସେଠୀ, ବ୍ୟଙ୍ଗକବି ଅମ୍ଳାନ ପ୍ରହରାଜ, ବିଜୟ କୁମାର ମାନସିଂ ସିଆରସିସି, ସାହିତ୍ୟିକ ଚକ୍ରଧର ତ୍ରିପାଠୀ, ବିଜୟ କୁମାର ସାହୁ, ସତ୍ୟ ନାରାୟଣ ବ୍ରହ୍ମା ମହାପାତ୍ର, ଅମର କୁମାର ଜୟସିଂ,ଏସ୍ ଏମ୍ ସି ସଭାନେତ୍ରୀ ସାବିତ୍ରୀ ବେହେରା,ବଳଭଦ୍ର ସେଠୀ ଯୋଗଦେଇ ବିଦାୟୀ ପ୍ରଧାନ ଶିକ୍ଷକ ବିରଞ୍ଚିନାରାୟଣଙ୍କ ସମୟାନୁବର୍ତ୍ତିତା ଶିକ୍ଷାଦାନର ଅଭିନବ ଶୈଳୀ ସମ୍ପର୍କରେ ଅନେକ ଆଲୋକପାତ କରିଥିଲେ l ଏହି ଉତ୍ସବକୁ ଶିକ୍ଷକ ନିଳାଦ୍ରୀ କୁମାର ସିଂ ପରିଚାଳନା କରିଥିବା ବେଳେ କ୍ଲଷ୍ଟରର ଶିକ୍ଷକ ଦୋଳ ଗୋବିନ୍ଦ ବରିସଲ, ସୋମନାଥ ବେହେରା, ପୁଷ୍ପଲତା ସେଠୀ, ଅମୀୟ ସିଂ,

ବିରଞ୍ଚି ନିଶଙ୍କ, ଅଧିକାରୀ ସାହୁ, ଲକ୍ଷ୍ମୀଧର ସାହୁ, ସଚିତ୍ର କୁମାର ପାଇକରାୟ,ଜ୍ଞାନରଞ୍ଜନ ମହାନ୍ତି, ସୁକାନ୍ତ କୁମାର ନାୟକ, ମୀନ କୁମାର ଦାସ, ଶ୍ଵେତ କୁମାର ନାୟକ ସହଯୋଗ କରିଥିଲେ l ବିଦ୍ୟାଳୟର ଗୌରବ ଛାତ୍ରୀ ସୁଶ୍ରୀ ସଙ୍ଗୀତା ତାଡଙ୍କୁ ଖୋର୍ଦ୍ଧା ଜିଲ୍ଲା ସ୍ତରରେ ସୁରଭି ମହୋତ୍ସବରେ ସଙ୍ଗୀତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇଥିବାରୁ ବି ଇ ଓ ଶ୍ରୀ ସାହୁ ମହୋଦୟ ସ୍ଵତନ୍ତ୍ର ଭାବେ ପୁରସ୍କୃତ କରିଥିଲେ l ଶିକ୍ଷକ ଦୁଃଶାସନ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଅମର କୁମାର ଜୟସିଂ ଧନ୍ଯବାଦ ପ୍ରଦାନ କରିଥିଲେ ଓ ରଞ୍ଜିତ ବେହେରା ମାନପତ୍ର ପାଠ କରିଥିଲେ l ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ମାନପତ୍ର ସହିତ ଅନେକ ଉପଢୌକନ ପ୍ରଦାନ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା l

 

Exit mobile version