ନୁଆଗଡ ବ୍ଳକରେ ଚାଲିଥିବା ଦୁର୍ନୀତି, ଭ୍ରଷ୍ଟାଚାର ବିରୋଦ୍ଧରେ ବିଜେପିର ନୁଆଗଡ ବ୍ଳକ ଘେରାଉ

୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଗଡ  :-> ଓଡ଼ିଶାରେ ଚାଲୁଥିବା ଦୁର୍ନିତୀ, ବେବିଚାର ଓ ଅଣଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିରୋଧରେ ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ବିଜେପି ପକ୍ଷରୁ ନୂଆଗଡ ବ୍ଲକ ଘେରାଉ କରାଯାଇଛି | ବ୍ଲକ୍ ବିଜେପି ସଭାପତି ନକୁଳ ବଡରଇତଙ୍କ ନେତୃତ୍ୱରେ ନୂଆଗଡ ଶିବ ମନ୍ଦିର ଠାରୁ ଏକ ଶୋଭାଯାତ୍ରାରେ ବାହାରି ମୁଖ୍ୟ ବଜାର ଦେଇ ବ୍ଲକ ସମ୍ମୁଖରେ ପହଞ୍ଚିଥିଲେ | ଏହା ପରେ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ ନୂଆଗଡ ବିଡ଼ିଓଙ୍କ ଜରିଆରେ ୧୮ ଦଫା ବିଶିଷ୍ଟ ଦାବିପତ୍ର ପ୍ରଦାନ କରାଯାଇଥିଲା | ବ୍ଲକରେ ଥିବା ବିଭିନ୍ନ ସମସ୍ୟା ଯଥା : ବାର୍ଦ୍ଧକ୍ୟ, ବିଧବା ଓ ଅକର୍ମଣ୍ୟ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ମାସିକ ୩୦୦୦ ଟଙ୍କାକୁ ବୃଦ୍ଧି କରିବା, ନୂଆଗଡ ବ୍ଲକକୁ ମରୁଡି ଅଞ୍ଚଳ ଘୋଷଣା କରିବା, ଉଠା ଜଳସେଚନ ଯୋଗେ ଚାଷୀଙ୍କ ଜମିକୁ ଜଳ ଯୋଗାଣ,

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ECC ଡାଟାରୁ ବାଦ୍ କରିଥିବା ହିତାଧିକାରୀ ମାନଙ୍କୁ ପୁନର୍ବାର ଯୋଗ କରିବା, ନଦୀମୁଠା ଅଞ୍ଚଳରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ନିର୍ମାଣ କରିବା, ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବିଶେଷଜ୍ଞ ଡାକ୍ତରଙ୍କ ନିଯୁକ୍ତି ସହ ୨୪ଘଣ୍ଟିଆ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା, ବ୍ଲକର ଏକମାତ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୦୮ ଆମ୍ବୁଲାନ୍ସ ଯୋଗାଇଦେବା ସହିତ ବ୍ଲକ୍ ରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା, କେରେଡାଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପର୍ଯ୍ୟାପ୍ତ ଡାକ୍ତରଙ୍କ ନିଯୁକ୍ତି ଦେବା, କିଞ୍ଚରଲଙ୍ଗ କୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା, ଶାସକ ଦଳର ନେତା ମାନଙ୍କ ଚାପର ବଶବର୍ତ୍ତୀ ହୋଇ ସରକାରୀ କର୍ମଚାରୀ ଅଣଗଣତାନ୍ତ୍ରିକ କାର୍ଯ୍ୟ କରୁଥିବା ବନ୍ଦ କରିବା,

ପ୍ରତି ପଞ୍ଚାୟତରେ ପଲ୍ଲୀସଭା ଗ୍ରାମସଭା କରି କାର୍ଯ୍ୟ ନିର୍ଣ୍ଣୟ କରିବା, ମନରେଗା କାର୍ଯ୍ୟରେ କୋର୍ଡିଂ ନାରେ ଆଗୁଆ ୧ % ଟଙ୍କା ନେବା ବନ୍ଦ କରିବା, ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ କରିବା, ନୂଆଗଡ ଠାରୁ ପାରଳାଖେମୁଣ୍ଡି ଭାୟା ଗୁମ୍ମା ରାସ୍ତାର ପୁନଃଉଦ୍ଧାର କରିବା, ନୂଆଗଡ ଠାରୁ ଗୁଣୁପୁର ଭାୟା କିଯାଙ୍ଗ ରାସ୍ତା ନିର୍ମାଣ କରିବା, ପ୍ରତି ବର୍ଷ ଆଲୋକିକରଣ ନାଁରେ DRDA ପ୍ରତି ପଞ୍ଚାୟତରୁ ହଜାର ହଜାର ଟଙ୍କା ନେଉଛି କିନ୍ତୁ ସଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ ଏବଂ ବ୍ଲକର ପ୍ରତ୍ୟେକ ପଞ୍ଚାୟତ ସଦମହକୁମାରେ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ପହଞ୍ଚୁଛି କିନ୍ତୁ ଉପଯୁକ୍ତ ରାସ୍ତାର ଅଭାବ ଥିବା ଆଦି ଦାବି ଗୁଡ଼ିକ ଉଲ୍ଲେଖ ହୋଇଥିଲା ।

ଏହିଭଳି ୧୮ଦଫା ଦାବୀ ନେଇ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଧେଶ କ୍ରମେ ବ୍ଲକ୍ ବିଜେପି ସଭାପତି ନକୁଳ ବଡରଇତଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବଳେ ବ୍ଲକ ସାଧାରଣ ସମ୍ପାଦକ ପଞ୍ଚାନନ ବେହର୍ଦ୍ଧଳାଇ ଜିଲ୍ଲା ସାଧାରଣ ସମ୍ପାଦକ କାମଦେବ ବଡନାୟ, ସମ୍ପାଦକ ମନୋଜ ପାଇକ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ପାଇକ ବରିଷ୍ଠ ନେତା ବଳରାମ ଭୂୟାଁ, ବ୍ଲକର ସମସ୍ତ ପଦାଧିକାରୀ ମାନଙ୍କ ସମେତ ବ୍ଲକର ପୁଟୁରୁପଡା ଏବଂ ନଦୀମୁଠା ଅଞ୍ଚଳର ଶତାଧିକ କର୍ମୀ ଓ ସାଧାରଣ ଜନତା ଯୋଗ ଦେଇଥିଲେ |

Exit mobile version