ରାଇରଙ୍ଗପୁର : ମହିଳା ମହାବିଦ୍ୟାଳୟର ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ପାଳିତ

୨ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର  :-> ମହିଳା ମହାବିଦ୍ୟାଳୟର ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ପାଳିତ ,ହୋ ବିଶ୍ବ ଏଡ୍ସ ଦିବସ। ଏକ ବିଶେଷ ବାର୍ତ୍ତା ପ୍ରଦାନ ଉଦ୍ଦେଶ୍ଯ ରେ ମହିଳା ମହାବିଦ୍ୟାଳୟର ସାତ ସହ ରୁ ଅଧିକ ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ସର୍ବ ପ୍ରଥମେ କଲେଜ ଅଧ୍ୟକ୍ଷ ରବିଶଙ୍କର ସତପଥି ଛାତ୍ରୀମାନଙ୍କୁ ଆଜିର ଦିବସ ଉପରେ ଏକ ଉଦ୍ଦେଶ୍ୟମୂଳକ ବାର୍ତ୍ତା ରଖି ସବୁଜ ପତକା ଦେଖାଇ ମହାରେଲୀ ର ଶୁଭାରମ୍ଭ କରିଥିଲେ ପରେ ସୋସିଆଲ ନୋଡାଲ ଅଫିସର ବିଜୟ କୁମାର ରାମ,ଏନ ଏସ ଏସ କାର୍ଯ୍ୟକ୍ରମ ଅଧିକାରୀ ରାଜେନ୍ଦ୍ର ମଣ୍ଡଳ,

ରେଡକ୍ରସ ଅଫିସର ପ୍ରିୟତମା ହେମ୍ଭ୍ରମଙ୍କ ମାର୍ଗଦର୍ଶନ ରେ ଛାତ୍ରୀମାନେ କଲେଜ ରୁ ପ୍ରସ୍ଥାନ ପରେ ଗୋଲେଇ ଛକ, ପରେ ଗାନ୍ଧିପାର୍କ, ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯାଇ ଥିଲେ।ମନ୍ଦିର ରେ ସଭାକାର୍ଯ୍ପ ପରେ ପ୍ରସାଦ ସେବନ ର ବ୍ୟବସ୍ଥା କରାଯିବ ଯାଇ ଥିଲା।ବିଜୟ ରାମଙ୍କ ଆୟୋଜନ ଓ ପରିଚାଳନା ରେ ଛାତ୍ରୀମାନେ ଜଗନ୍ନାଥ ମାର୍କେଟ, ଦୁର୍ଗା ମଣ୍ଡପ, କଚେରୀ, ଜେଲ, ବସ ସ୍ଟାଣ୍ଡ ରାସ୍ତାରେ କଲେଜ ଫେରିଥିଲେ।

ଏହି କାର୍ଯ୍ୟକ୍ରମରେ ସେବତି ବେହେରା,ଦଶରଥ ଗୋରାଇ, ରୁଦ୍ରନାଥ ଧୀର, ପାନଶ୍ବରୀ ଟୁଡୁ,ପୁଷ୍ପ ଲତା ମୁର୍ମୁ, କାରୁ ମାରାଣ୍ଡି, ଅମିତ ଗୋପାଳ, ଯଶୋଧରା ମହାନ୍ତ, ଶଂକରସନ ମହାନ୍ତ,ଶ୍ୟାମ ମଣ୍ଡଳ, କୁନୀ ବେହେରା, ମାୟା ମାହାଲୀ, ପଦ୍ମିନୀ ପାଲ, ସୁଲକ୍ଷଣା ପଲେଇ,ଭାଗବତ ନନ୍ଦ,ସାଲୁ ମୁର୍ମୁ,ତରୁଣ ମହାନ୍ତ, ରାଇରଙ୍ଗପୁର ଟାଉନ ପୁଲିସ ଓ ଅନ୍ଯାନ୍ଯ କର୍ମଚାରୀଙ୍କ ମିଳିତ ସହଯୋଗ ରେ ଅନୁଷ୍ଠିତ ହୋଇ ଥିଲା ।

Exit mobile version