ମା’ ଭଗବତୀ ପୀଠ ରୂପାନ୍ତରଣ ପ୍ରକଳ୍ପ ଭିତ୍ତିପ୍ରସ୍ତର ସ୍ଥାପନ କଲେ – ସାଂସଦ ମାନସ ରଂଜନ ମଙ୍ଗରାଜ

ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ରାଜ୍ୟର ବିଭନ୍ନ ମଠ ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ହାତକୁ ନେଇଥିବା ରାଜ୍ୟ ସରକାର । ଏଥିରେ ସାମିଲ ହୋଇଛି ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ବାଣପୁର ମା ଭଗବତୀଙ୍କ ପୀଠ । ୫ ଟି ଉପକ୍ରମରେ ମନ୍ଦିରର ନବକଳେବର ପାଇଁ ପୂର୍ବରୁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଥିଲା । ପୀଠର ଉନ୍ନତିକରଣ ପାଇଁ ବ୍ୟୟ ଅଟକଳ ସମୁଦାୟ ୨୫ କୋଟି ୯୫ ଲକ୍ଷ ଟଙ୍କା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଥିଲେ।

ଏହି କ୍ରମରେ ଶୁକ୍ରବାର ସାଂସଦ ମାନସ ରଞ୍ଜନ ମଙ୍ଗରାଜ ମା ଭଗବତୀଙ୍କ ପୀଠ ରେ ପହଞ୍ଚି ରୂପାନ୍ତରିଣ ପ୍ରକଳ୍ପ ର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି। ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ଶକ୍ତିପୀଠ ମଧ୍ୟରୁ ବାଣପୁର ମା ଭଗବତୀଙ୍କ ପୀଠ ଅନ୍ୟତମ । ପ୍ରତିଦିନ ଏଠାକୁ ହଜାର ହଜାର ଶ୍ରଦ୍ଧାଳୁ ଆସୁଥିବା ବେଳେ ଦଶହରା ପର୍ବରେ ସ୍ବତନ୍ତ୍ର ନୀତିକାନ୍ତ କରାଯାଇଥାଏ ।

ନବମ ଶତାବ୍ଦୀରେ ନିର୍ମିତ ମାଁ ଙ୍କ ମନ୍ଦିରର ବିକାଶ ପାଇଁ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କିଛି ମାସ ପୂର୍ବେ ବାଣପୁର ଆସି ମା’ ଭଗବତୀଙ୍କ ଦର୍ଶନ କରି ପୀଠର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ଲାଗି ୫-ଟି ଉପକ୍ରମରେ ଏହି ଯୋଜନା କାର୍ଯ୍ୟକାରୀ ନିମନ୍ତେ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଥିଲା।

ଏଥିରେ ସିଂହ ଦ୍ୱାର ଠାରୁ ଆରମ୍ଭ କରି ପରିକ୍ରମା, ଘାଟ, ଯାତ୍ରା ପଡିଆ, ଯାତ୍ରା ସୁବିଧା ତଥା ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ଏଥିରେ ସ୍ଵତନ୍ତ୍ର ଫୋକସ ରଖାଯାଇଛି। ତତ୍ ସହିତ ବହୁମୁଖୀ ହଲ୍, ରାସ୍ତା ଓ ନଦୀ ଘାଟ ଆଦିର ବିକାଶ ଦିଗରେ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି। ସମୁଦାୟ ୨୫ କୋଟି ୯୫ ଲକ୍ଷ ଟଙ୍କା ବ୍ୟୟବରାଦ ଅଟକଳ କରାଯାଇ ରାଜ୍ୟ ପ୍ରତ୍ନତତ୍ତ୍ଵ ନିର୍ଦ୍ଦେଶାଳୟ ତତ୍ବାବଧାନରେ ଓଡ଼ିଶା ସେତୁ ନିର୍ମାଣ ନିଗମ ୨୪ ମାସ ମଧ୍ୟରେ ଏହି ପ୍ରକଳ୍ପ ସମ୍ପାଦନ କରିବାର ଯୋଜନା ରହିଛି।

ପୀଠର ବିକାଶ ଯୋଜନା କୁ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିବା ସହ ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟସଭା ସାଂସଦ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ଶୁକ୍ରବାର ମା ଭଗବତୀଙ୍କ ପୀଠର ନବକଳେବର ପ୍ରକଳ୍ପକୁ ନଡ଼ିଆ ବାଡ଼େଇ ଶୁଭ ଦେଇଥିଲେ। ସାଂସଦ ଙ୍କ ସହ ଚିଲିକା ପର୍ଯ୍ୟବେକ୍ଷକ ସୌମ୍ୟଶଙ୍କର ଚକ୍ର, ବାଣପୁର ଏନଏସି ନଗରପାଳ ମିଟୁ ନାୟକ , ନଗରପାଳିକା ପ୍ରାଚୀପ୍ରଭା ସ୍ଵାଇଁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା,ପୂର୍ବତନ ମନ୍ତ୍ରୀ ଡଃ ଦେବେନ୍ଦ୍ର ନାଥ ମାନସିଂହ, ଦକ୍ଷେଶ୍ଵର ଭଗବତୀଙ୍କ ଟ୍ରଷ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ, ବିଜେଡି ଜିଲ୍ଲା ସାଧାରଣ ସଂପାଦକ ଜଗତ ଭଲ୍ଲଭ ମହାରଥା, ମନୋଜ ପ୍ରଧାନ, ରାମଚନ୍ଦ୍ର ପ୍ରଧାନ,

ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ଙ୍କ ପ୍ରତିନିଧି ସନ୍ତୋଷ ପାଇକରାୟ, ବିଜେଡି ସଭାପତି ଜୟନ୍ତ କୁମାର ସ୍ଵାଇଁ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ଚିଲିକା ବ୍ଲକ ସଭାପତି ଦେବେନ୍ଦ୍ର ସାମନ୍ତସିଂହାର, ବାଣପୁର ବ୍ଳକ ସଭାପତି ଭବାନୀ ଶଙ୍କର ବଳିଆର ସିଂହ, ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଉପ୍ତଳ ପାଇକରାୟ, ପ୍ରଭାଶ ସୁନ୍ଦରାୟ, କିଶୋର ବେହେରା, ସରପଞ୍ଚ ଗମ୍ଭାରିମୁଣ୍ଡା, ତୋରସିଂ,ତୁମ୍ବରାପୁଟ , ନନ୍ଦପୁର,ଦାମିଆ ବରବରା ଏବଂ ଚିଲିକା ନିର୍ବାଚନ ମଣ୍ଡଳୀ ବିଜେଡି ର ବହୁନେତୃବୃନ୍ଦ ଉପସ୍ଥିତ ଥିଲେ।

 

Exit mobile version