ବାଲୁଗାଁ ଉପମଣ୍ଡଳ ତରଫରୁ ଧର୍ମଘଟ ଡାକରା ପାଇଁ ପ୍ରସ୍ତୁତି ବୈଠକ

ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଶୁକ୍ରବାର ଦିନ ୨.୩୦ ରେ ବାଲୁଗାଁ ଉପମଣ୍ଡଳ ଅଧିନରେ ଥିବା ଗମ୍ବାରିମୁଣ୍ଡା, ବାଲୁଗାଁ ଓ ବାଣପୁର ଉପ ଡାକଘର ର ସମସ୍ତ ଗ୍ରାମୀଣ ଡାକ ସେବକ ବନ୍ଧୁ ମାନଙ୍କୁ ନେଇ,ଆସନ୍ତା ତା ୧୨.୧୨.୨୦୨୩ ରିଖ ରେ ହେବାକୁ ଥିବା ଅନିର୍ଦ୍ଦିଷ୍ଟ କାଳୀନ ଧର୍ମଘଟ ଡାକରା କୁ ସତପ୍ରତିଶତ ସଫଳ କରିବା ପାଇଁ ଦୃଢ଼ତା ସହିତ ସଙ୍ଘର୍ଷ କରିବା ପାଇଁ

ଭୁବନେଶ୍ବର ମଣ୍ଡଳ ର ସମ୍ପାଦକ ଶରତ କୁମାର ମାନସିଂହ ଓଡ଼ିଶା ପରିମଣ୍ଡଳ ର ସାଙ୍ଗଠନିକ ସହ ସମ୍ପାଦକ ଖଗେଶ୍ବର ବାରିକ ସମସ୍ତ ସାଥି ମାନଙ୍କୁ ଆହ୍ୱାନ ଦେଇଛନ୍ତି। ବାଣପୁର ର ଅଧିଷ୍ଠାତ୍ରୀ ଦେବୀ”ମା ଭଗବତୀ”ଙ୍କ ନୀକଟରେ ଦୃଢ଼ତାର ସହିତ ସମସ୍ତ ସାଥି ସପଥ ନେଇଛନ୍ତି ଅନିର୍ଦ୍ଦିଷ୍ଟ କାଳୀନ ଧର୍ମଘଟକୁ ସତପ୍ରତିଶତ ସଫଳ କରିବା ।

ଓଡ଼ିଶା ପରିମଣ୍ଡଳ ର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ ଓ ମଣ୍ଡଳୀୟ ସମ୍ପାଦକମାନଙ୍କୁ ସୂଚେଇ ଦିଆ ଯାଉଛି କି ନିଜ ନିଜ ଅଞ୍ଚଳରେ ବୈଠକ ଓ ସଚେତନତା ସଭା ଅନୁଷ୍ଠିତ କରି ଅନିର୍ଦ୍ଦିଷ୍ଟ କାଳୀନ ଧର୍ମଘଟକୁ ସଫଳ କରିବା ଆମର ଲକ୍ଷ୍ୟ । ଆପଣ ମାନେ ସମସ୍ତେ ଜାଣିଛନ୍ତି ନୂତନ କରି ଚାକିରୀ କରିଥିବା ପିଲାମାନଙ୍କୁ ବୁଝେଇବା ବହୁତ କଷ୍ଟ ।

ଯଦି ବିନା ସର୍ତ୍ତ ରେ କେନ୍ଦ୍ରୀୟ ମିଳିତ କ୍ରିୟାନୁଷ୍ଠାନ କମିଟି ଅନିର୍ଦ୍ଦିଷ୍ଟ କାଳୀନ ଧର୍ମଘଟକୁ ଓହ୍ଲାଇ ଆସନ୍ତି, ଭବିଷ୍ୟତରେ ଆଉ ଧର୍ମଘଟ କରିବାକୁ ଭୁଲିଯିବେ । ଓଡ଼ିଶା ପରିମଣ୍ଡଳ ରେ ଅନିର୍ଦ୍ଦିଷ୍ଟ କାଳୀନ ଧର୍ମଘଟକୁ ସୁପରିଚାଳନା କରିବା ପାଇଁ ସଭାପତି ଓ ସମ୍ପାଦକ ମହାଶୟଙ୍କୁ ଅନୁରୋଧ କରାଯାଉଛି ।

Exit mobile version