ଲିଙ୍କ ୱାରକର ସ୍କିମ ତରଫରୁ ବିଶ୍ଵ ଏଡ୍ସ ଦିବସ ପାଳିତ

୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବାଣପୁର :-> ବିଶ୍ଵ ଏଡ୍ସ ଦିବସ ୨୦୨୩ ଅବସରରେ କଳିଙ୍ଗ ନେଟୱର୍କ ଫର୍ ପିପଲ ଲିଭିଙ୍ଗ ୱିଥ ଏଚ.ଆଇ .ଭି.ଏଡ୍ସ ଏବଂ ଓ ସା କ୍ସ ତରଫ ରୁ ଗୋଦାବରୀଶ ମହାବିଦ୍ୟାଳୟ ବାଣପୁର ର ଛାତ୍ର ଛାତ୍ରୀ ଙ୍କୁ ନେଇ ବିଶ୍ଵ ଏଡ୍ସ ଦିବସ ପାଳନ କରାଯାଇଅଛି । ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ , କେ ଏନ୍ ପି ପ୍ଲସ ର କର୍ମକର୍ତ୍ତା ଏବଂ ଏଚ୍ ଆଇ ଭି ଗୋଷ୍ଠୀ ଅନୁଷ୍ଠାନ ର ସଭ୍ୟ ସଭ୍ୟା ମାନେ ସକାଳ ୦୯ ଘଟିକା ସମୟରେ ମା ଭଗବତୀ ଏବଂ ମେଡିକାଲ ପରିକ୍ରମା କରି ଗୋଦାବରୀଶ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଆସି ଏକ ଜନସଚେତନ ପଦ ଯାତ୍ରା କରିବା ପରେ ଗୋଦାବରୀ ମହାବିଦ୍ୟାଳୟରେ ଏକ ସାଧାରଣ ସଭା ର ଆୟୋଜନ କରାଯାଇ ଥିଲା ।

ଉକ୍ତ ସଭାରେ ଓ ସା ସ୍କ , ର ଆସିଷ୍ଟାଣ୍ଟ ଡାଇରେକ୍ଟର ଈଂ ଅଜୟ କୁମାର ପାତ୍ର ଏ ବର୍ଷ ର ବିଷୟ ବସ୍ତୁ ” ଗୋଷ୍ଠୀ ସମୂହ ଙ୍କୁ ନେତୃତ୍ୱ ଦିଅ” ଉପରେ ଅଭିଭାଷଣ ଦେଇଥିଲେ ଏବଂ ଏଚ୍ ଆଇ ଭି ଏଡ୍ସ କୁ ରୋକିବାରେ ଏବଂ ଏଚ୍ ଆଇ ଭି ଗୋଷ୍ଠୀ ସମୂହ ର ଗୁରୁତ୍ଵ ପୂର୍ଣ୍ଣ ଭୂମିକା ସମ୍ବନ୍ଧ ରେ ଅବଗତ କରି ଥିଲେ । କେ ଏନ୍ ପି ପ୍ଲସ୍ ର ସଭାପତି ଶ୍ରୀମତୀ ପ୍ରଭାସିନୀ ପ୍ରଧାନ ଏଚ୍ ଆଇ ଭି ଏବଂ ଏଡ୍ସ ସମ୍ବନ୍ଧ ରେ ସମ୍ପୂର୍ଣ ସଠିକ୍ ସୂଚନା ଦେବା ସହିତ ଅଧିକ ଜାଣିବା ପାଇଁ ବିନା ଶୁଳ୍କ ଟେଲି ଫୋନ ନଂ ୧୦୯୭ କୁ ଫୋନ କରିବା ପାଇଁ ଅନୁରୋଧ କରିଥିଲେ । ଉକ୍ତ ସଭା ରେ ମୁଖ୍ୟ ଅତିଥି ରୂପେ ଏନ୍ ଏ ସି ଚେୟାର ମ୍ୟାନ୍ ଶ୍ରୀ ମିଟୁ ନାୟକ ଯୋଗ ଦେଇଥିଲେ ।

ମହାବିଦୟାଳୟ ର ଅଧକ୍ଷ ଶ୍ରୀ ବିନାୟକ ହୋତା , ଆଇ ସି ଟି ସି କାଉନ୍ସେଲର ଶ୍ରୀ ଅଶୋକ କୁମାର ବେହେରା , ଅଧ୍ୟାପକ ଶ୍ରୀ ସତ୍ୟାନନ୍ଦ ମହାରଣା , ଶ୍ରୀ ଆଦିତ୍ୟ ସାରଥୀ ଦେବଦତ୍ତ , ବାଦଲ ବେହେରା , ଇତ୍ୟାଦି ସମ୍ମାନୀୟ ରୂପେ ଯୋଗ ଦେଇ ନିଜ ନିଜର ଅଭିଭାଷଣ ରଖିଥିଲେ। ମହାବିଦ୍ୟାଳୟ ରେ ଏଚ ଆଇ ଭି ଏବଂ ଏଡ୍ସ ଉପରେ ହୋଇଥିବା ଡ୍ରଇଂ ଏବଂ କୁଇଜ୍ ପ୍ରତିଯୋଗିତା ରେ କୃତି ଲାଭ କରିଥିବା ଛାତ୍ର ଛାତ୍ରୀ ଙ୍କୁ ମୁଖ୍ୟ ଅତିଥି ଏବଂ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବଣ୍ଟନ କରାଯାଇଥିଲା ।

କେ ଏନ୍ ପି ପ୍ଲସ , ଲିଙ୍କ ୱାର୍କର ପ୍ରକଳ୍ପ ର ଡି ଆର୍ ପି ଶ୍ରୀ ଶଶିକାନ୍ତ ବରାଳ , ଏମ୍ ଏଣ୍ଡ ଇ ଶ୍ରୀ ଚନ୍ଦନ କୁମାର ଦାସ ଏବଂ ଟାଙ୍ଗୀ, ଚିଲିକା ଓ ବାଣପୁର ବ୍ଲକ ର ସୁପର ଭାଉଜର ଶ୍ରୀ ସୁବ୍ରତ କୁମାର ସ୍ବାଇଁ ଏବଂ ଶ୍ରୀମତୀ ସ୍ଵର୍ଣ୍ଣଲତା ଦାଶ ଏବଂ ସମସ୍ତ କ୍ଳଷ୍ଟର ଲିଙ୍କ ୱାର୍କର ମାନଙ୍କ ସହଯୋଗ ରେ ଉକ୍ତ ସଚେତନତା କାର୍ଯ୍ୟ କର୍ମ ସଫଳ ରୂପ ନେଇଥିଲା ।

Exit mobile version