Home ଓଡ଼ିଶା ଶିକ୍ଷାବିତ ତଥା ନଗର ବିଜେଡି ସଭାପତିଙ୍କ ପରଲୋକ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ଗୁରୁବାର ବିଳମ୍ବିତ ରାତିରେ ହିଞ୍ଜିଳିକାଟୁ ନଗର ବିଜେଡି ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୀମସେନ ବେହେରାଙ୍କ ପରଲୋକ ଘଟିଛି। ଗୁରୁବାର ରାତ୍ର ପ୍ରାୟ ୧୧ ଘଣ୍ଟା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ରାତ୍ର ପ୍ରାୟ ସାଢେ ୧୨ ଘଣ୍ଟା ସମୟରେ ଚିକିତ୍ସାଧିନ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ବର୍ଗତ ବେହେରା ୧୯୭୦ ମସିହା ଜୁନ ୨୪ ତାରିଖରେ ହିଞ୍ଜିଳିକାଟୁ ଏନ୍ ଏ ସି ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ। ୨୦୦୧ ମସିହା ମାର୍ଚ୍ଚ ମାସରେ ପ୍ରଧାନ ଶିକ୍ଷକ ପଦବୀରୁ ଅବସର ଗ୍ରହଣ କରିଥିଲେ । ୨୦୦୮ ମସିହାରେ ରାଜନୀତିରେ ଯୋଗଦେଇ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ୨୦୧୩ ମସିହା ଠାରୁ ୨୦୨୩ ପର୍ଯ୍ୟନ୍ତ ଦୀର୍ଘ ୧୦ ବର୍ଷ ଧରି ନଗର ବିଜେଡି ସଭାପତି ଭାବେ ସଫଳତାର ସହ ଦାୟିତ୍ଵ ନିର୍ବାହ କରି ଆସୁଥିଲେ। ସେ ଜଣେ ଛାତ୍ରବତ୍ସଳ, ମେଳାପୀ ଓ ମିଷ୍ଟଭାଷୀ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ। ସ୍ବର୍ଗତ ବେହେରାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ଜନପ୍ରତିନିଧି, ବୁଦ୍ଧିଜୀବୀ, ପ୍ରଶାସନିକ ଅଧିକାରୀ, ଆଇନଜୀବୀ, ଶିକ୍ଷାର୍ଥୀ, ଶିକ୍ଷକ, ଶିକ୍ଷୟିତ୍ରୀ ସାମ୍ବାଦିକ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ପରେ ସ୍ବର୍ଗତ ବେହେରାଙ୍କୁ ଅନ୍ତିମ ସମ୍ମାନ ଜଣାଇ ମର ଶରୀରରେ ପୁଷ୍ପମାଲ୍ୟ ଓ ଜଳୀୟ ପତକା ଆଚ୍ଛାଦିତ କରି ଏକ ଶୋଭାଯାତ୍ରାରେ ନେଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଆସିକା ସାଂସଦ ପ୍ରମିଳା ବିଷୋୟୀ,ଓଡ଼ିଶା ରାଜ୍ୟ କୃଷି ବିପଣନମଣ୍ଡଳୀ ଉପଦେଷ୍ଟା ତଥା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ପୌରାଧ୍ୟକ୍ଷ ସୁବାଷ ପୋଲେଇ, ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ,ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ପ୍ରାକ୍ତନ ନଗରପାଳ ହୃଦୟାନନ୍ଦ ମହାପାତ୍ର, ରମେଶ ଚନ୍ଦ୍ର ପଣ୍ଡା, ପ୍ରଦୀପ କୁମାର ପଣ୍ଡାବିଡ଼ିଓ ସୁବ୍ରତ କୁମାର ଜେନା ସମେତ କାଉନସିଲର, ପ୍ରଶାସନିକ ଅଧିକାରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାର୍ଥୀ ଉପସ୍ଥିତ ଥିଲେ। ସ୍ବର୍ଗତ ବେହେରାଙ୍କ ବିୟୋଗରେ କନ୍ଧମାଳ ପର୍ଯ୍ୟବେକ୍ଷକ ଅଜୟ କୁମାର ମହାରଣା ମ୍ରିୟମାଣ ହୋଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ବିଜେଡି କର୍ମୀ, ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷାର୍ଥୀ, ବୁଦ୍ଧିଜୀବୀ ସମେତ ସ୍ଥାନୀୟ ଅଞ୍ଚଳବାସୀ ଗଭୀର ମର୍ମାହତ ହୋଇଛନ୍ତି। Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଅସୁସ୍ଥ : ଏକ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ by Proprietor Abhimanyu Maharana September 26, 2026 କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026