ବିଜ୍ଞାନ ପ୍ରଦର୍ଶନୀ ରେ ୭୩ ଟି ପ୍ରକଳ୍ପ ପ୍ରଦର୍ଶିତ

୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନ :-> ଭୁବନ ବିନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ କାମାକ୍ଷା ପ୍ରସାଦ ବେହେରା ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରସାୟନ ଅଧ୍ୟାପକ ଜୀବନ ରଞ୍ଜନ ସାହୁ ,ସମ୍ମାନିତ ଅତିଥି ଭାବେ ସ୍ବାମୀ ଟ୍ରିଗୁଣାନନ୍ଦ ସରସ୍ଵତୀ ଉଚ୍ଚ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଅକ୍ଷୟ କୁମାର ଶତପଥୀ ,ଶ୍ରୀ ସତ୍ୟ ସାଇ ବିଦ୍ୟା ବିହାର ,

କିଙ୍ଗୋଳ – ଅସୁରବନ୍ଧ ର ବିଜ୍ଞାନ ଶିକ୍ଷକ ସୁବ୍ରତ କୁମାର ମିଶ୍ର ଏବଂ ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ହରିହର ମିଶ୍ର ଯୋଗଦେଇ ସମସ୍ତ ୭୩ ଟି ପ୍ରକଳ୍ପ ର ମୂଲ୍ୟାୟନ କରି ସାଂପ୍ରତିକ ସମାଜରେ ବିଜ୍ଞାନ ଓ ବୈଷୟିକ ଜ୍ଞାନ କୌଶଳ ସଂପର୍କ ରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ର ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

Exit mobile version