Home ଓଡ଼ିଶା ‘ଆଧାର ତଥ୍ୟ ବ୍ୟକ୍ତିଗତ, ପତ୍ନୀ ମଧ୍ୟ ହାସଲ କରିପାରିବେ ନାହିଁ’ ; କର୍ଣ୍ଣାଟକ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୩୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> କ’ଣ ସ୍ବାମୀ କିମ୍ବା ସ୍ତ୍ରୀ ନିଜ ସାଥୀଙ୍କ ଆଧାର କାର୍ଡ ସୂଚନା ହାସଲ କରିବା ଅଧିକାର ? ଯଦି ହଁ, ତେବେ କର୍ଣ୍ଣାଟକ ହାଇକୋର୍ଟଙ୍କ ଏହି ରାୟକୁ ପଢ଼ିନେବା ଆବଶ୍ୟକ । କର୍ଣ୍ଣାଟକ ଉଚ୍ଚ ଅଦାଲତ ଏକ ଆବେଦନର ଶୁଣାଣି କରି ଏହା ଉପରେ ରାୟ ପ୍ରକାଶ କରିଛନ୍ତି । କୋର୍ଟ ଜବାବ ଦେଇ କହିଛନ୍ତି, ସ୍ବାମୀ କିମ୍ବା ସ୍ତ୍ରୀ କେବଳ ବିବାହ ଆଧାରରେ ନିଜର ସାଥୀର ଆଧାର କାର୍ଡ ସୂଚନା ଏକତରଫା ଭାବେ ହାସଲ କରିପାରିବେ ନାହିଁ । କର୍ଣ୍ଣାଟକ ହାଇକୋର୍ଟ ଯାଚିକାର ଶୁଣାଣି କରି କହିଛନ୍ତି, ଜଣେ ମହିଳା କେବଳ ବିବାହ ସମ୍ପର୍କ ଆଧାରରେ ନିଜ ସାଥୀର UID ଡାଟାକୁ ହାସଲ କରିପାରିବେ ନାହିଁ । ଏହା ତାଙ୍କ ଅକାଧିର ଭିତରେ ଆସୁନାହିଁ । ଏହା ଜଣେ ବ୍ୟକ୍ତିର ‘Right to Privacy’ ଅଧିକାରକୁ ପ୍ରଭାବିତ କରିବ । ଜଷ୍ଟିସ୍ ଏସ. ସୁନିଲ୍ ଦତ୍ତ ଯାଦବ ଏବଂ ଜଷ୍ଟିସ୍ ବିଜୟକୁମାର ଏ ପାଟିଲଙ୍କ ଖଣ୍ଡପୀଠ ମାମଲା ଶୁଣାଣି କରି ବିବାହ ଆଧାରରେ ଗୋପନୀୟ ତଥ୍ୟ ହାସଲ କରିବାକୁ ନା କହିବା ସହିତ ସମ୍ବିଧାନ ଦ୍ବାରା ନିର୍ଦ୍ଧାରିତ ପ୍ରକ୍ରିୟାକୁ ପାଳନ କରିବାକୁ କହିଛନ୍ତି । Categories: ଓଡ଼ିଶା, ମୟୁରଭଞ୍ଜ, ହୋମ୍ Related Content ସ୍ଥାଣୁ ପାଲଟିଛି ପ୍ରଶାସନ, ଖଣ୍ଡପଡ଼ା ଅଞ୍ଚଳରେ ଅବାଧରେ ଚାଲିଛି ପଲିଥିନ କାରବାର by Proprietor Abhimanyu Maharana September 10, 2026 ହବିଷ୍ୟାଳି ବ୍ରତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana September 10, 2026 ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ by Proprietor Abhimanyu Maharana September 10, 2026 ଶ୍ରୀମନ୍ଦିର ଜମିଜମା ଆଇନ ସଂଶୋଧନକୁ ପୁରୀ ବିଜେପି ପକ୍ଷରୁ ସ୍ବାଗତ by Proprietor Abhimanyu Maharana September 10, 2026 Vedanta Aluminium Coal Mines showcases next-generation mining technologies at 6th CLI Expo 2026 by Proprietor Abhimanyu Maharana September 10, 2026 ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ by Proprietor Abhimanyu Maharana September 10, 2026