ଜି. ଉଦୟଗିରି ଏନଏସି ଅଧ୍ୟକ୍ଷା ପଦ ପାଇଁ ଉପ ନିର୍ବାଚନ : ଶାସକ ବିଜେଡି ଦଳର ବାଜିମାତ

୩୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କନ୍ଧମାଳ :-> କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ଏନଏସି ଅଧ୍ୟକ୍ଷା ପଦ ପାଇଁ ବୁଧବାର ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିଲା  l ଗୁରୁବାର ଉପନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ଶାସକ ବିଜେଡି ଦଳର ବାଜିମାତ ହୋଇଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଯେ ୩ ପ୍ରମୁଖ ଦଳର ପ୍ରାର୍ଥୀନୀ ମଧ୍ୟରେବିଜେଡି ଦଳରୁ ଦେବସ୍ମିତା ଶତପଥି ମୋଟ ୩୧୧୧ ଭୋଟ ପାଇଥିବା ବେଳେ,

ବିରୋଧୀ ବିଜେପି ପକ୍ଷରୁ ରଞ୍ଜିତା ନାୟକ ୭୫୬ ଭୋଟ ପାଇଥିଲେ, ସେହିପରି କଂଗ୍ରେସ ପ୍ରାର୍ଥୀନୀ ମଧୁଲିନା ଦିଗାଲ ୬୧୪ ଟି ଭୋଟ ପାଇଥିବା ବେଳେ ନୋଟାରେ ୩୮ଟି ଭୋଟ ପଡ଼ିଥିଲା । ସେହିପରି ଜାତୀୟ କଂଗ୍ରେସ ଗତ ଥର ଅପେକ୍ଷା ଚଳିତ ନିର୍ବାଚନରେ ଭୋଟ ହାର ବଢ଼ିଥିବା ବେଳେ, ଶାସକ ବିଜେଡି ଗତ ନିର୍ବାଚନ ଠାରୁ ୧୧୨୭ ଭୋଟ ବ୍ୟବଧାନରେ ବାଜିମାତ କରିଥିବା ଜଣାପଡ଼ିଛି ।

Exit mobile version