ମୋହନା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ମିଳୁନି – ମୌଳିକ ସୁବିଧା

“୩୦ ଦିନମଧ୍ୟରେ ସମାଧାନ ନହେଲେ ଧାରଣାରେ ବସିବେ ସ୍ବେଛାସେବୀ”

୩୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ସେବା ପାଇଁ ବିଭିନ୍ନ ଯୋଜନା ଗୁଡିକର ଡିମିଡିମା ପିଟୁଥିବା ବେଳେ ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟା ସୁଧାରିବାତ ଭିନ୍ନ କଥା କିନ୍ତୁ ମୋହନା ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ମଉଳିକ ସୁବିଧା ମଧ୍ୟ ପାଉନଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଥିବା ରୋଗୀ ଏହି ବିଷୟରେ ଅଭିଯୋଗ କରିଛନ୍ତି ।

ମୋହନା ବ୍ଳକ ଡମ୍ବଗୁଡା ଗ୍ରାମର ସ୍ବେଛାସେବୀ ଆହ୍ବିନ ନାୟକ ଆଜି ମୋହନା ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ପାଇଁ ପାନୀୟଜଳ ସୁବିଧା ନାହିଁ, ପୁରୁଷ ଶୌଚାଳୟ ଥାଇ ସୁଦ୍ଧା ତାଲା ପଡିଛି, ଆବଶ୍ୟକ ଅନୁଯାଇ ରୋଗୀଙ୍କ ପାଇଁ ବେଡ ର ସୁବିଧା ନାହିଁ, କର୍ମଚାରୀଙ୍କ ପାଇଁ ସୁବିଧା ନାହିଁ ଏବଂ ଅନେକ ସମସ୍ୟାର ସମ୍ମଖୀନ ହେଉଛି ।

ଏହି ସମସ୍ୟାର ସମାଧାନ କରିବା ପାଇଁ ସ୍ଥାନୀୟ ବିଡିଓ ହଳଧର ଶବରଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ଏହି ସମସ୍ୟା ୩୦ ଦିନମଧ୍ୟ ରେ ସମାଧାନ ନହୁଏ ତାହା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଆଗରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

Exit mobile version