ଭିଜିଲାନ୍ସ ରେଡ୍‌ ବେଳେ ଘର ଛାତ ଡେଇଁ ଚମ୍ପଟ୍‌ ମାରିଲେ – ଜେଇ

ଭୁବନେଶ୍ୱର ଜାଗମରା ସ୍ଥିତ ଘରେ ଭିଜିଲାନ୍ସ ପହଞ୍ଚିବା କ୍ଷଣି ଛୁ, ଜେଇ ସୁନୀଲ ପାଢ଼ୀ ଘର ଛାତକୁ ଯାଇ ପଡ଼ିଶା ଛାତକୁ ଡେଇଁ ଚମ୍ପଟ୍‌.

୩୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଭିଜିଲାନ୍ସ ଚଢଉ ବେଳେ ଛାତ ଡେଇଁ ଜେଇ ଫେରାର । ଜଳଯୋଗାଣ ବିଭାର ଜୁନିଅର ଇଂଜିନିୟର ସୁନିଲ କୁମାର ପାଢୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଚଢଉ ସମୟରେ ଚମ୍ପଟ ମାରିଲେ କନିଷ୍ଠ ଯନ୍ତ୍ରୀ । ଜାଗମରା ସ୍ଥିତ ବାସଭବନରେ ସକାଳୁ ଭିଜିଲାନ୍ସ ଟିମ୍ ପହଁଚିବା ପରେ ଛାତ ଉପରକୁ ଯାଇ ସେଠାରୁ ପଡୋଶୀ ଘର ଛାତକୁ ଡିଆଁ ମାରିଥିଲେ ସୁନିଲ ପାଢୀ ।

ଆଉ ସେଠାରୁ କନିଷ୍ଠ ଯନ୍ତ୍ରୀ ଫେରାର ହୋଇ ଯାଇଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି ।
କନିଷ୍ଠ ଯନ୍ତ୍ରୀଙ୍କ ଭୁବନେଶ୍ୱର ଓ ଗଞ୍ଜାମ ସ୍ଥିତ ୫ଟି ସ୍ଥାନରେ ଏକାକାଳୀନ ଚଢଉ କରୁଛି ଭିଜିଲାନ୍ସ ବିଭାଗ । ଜାଗମରା ସ୍ଥିତି ତିନି ତାଲା ବିଲ୍ଡିଂ,

ଗଞ୍ଜାମ ଆସକା ସ୍ଥିତ ମାର୍କେଟ କମ୍ପେ୍ଲକ୍ସ, ପୈତୃକ ଘର, ସୁନୀଲଙ୍କ ଭଞ୍ଜନଗର ସ୍ଥିତ ସମ୍ପର୍କୀୟଙ୍କ ଘର ଏବଂ ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟରେ ଏକାକାଳୀନ ଚଢାଉ କରୁଛି । ଏବେ ସୁନିଲ ପାଢୀଙ୍କ ସନ୍ଧାନ ଜାରି ରହିଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି । ତାଙ୍କ ବିରୋଧରେ ଆୟ ବର୍ହିଭୂତ ସମ୍ପତି ଠୁଳ କରିବାର ଅଭିଯୋଗ ହୋଇଥିଲା ।

Exit mobile version