ବିଭିନ୍ନ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୋଧ କରି ବିଜେପି ପକ୍ଷରୁ ନିଆଳି ବ୍ଲକ ଘେରାଉ ଓ ବିକ୍ଷୋଭ

୩୦ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> ବିଭିନ୍ନ ଦୁର୍ନୀତିକୁ ନେଇ ସାରା ରାଜ୍ଯରେ ପ୍ରତିବାଦ କରୁଛି ବିଜେପି। ବ୍ଲକ ଠାରୁ ଆରମ୍ଭ କରି ମୁନିସିପାଲଟି ସ୍ତରରେ ବିରୋଧ ଓ ପ୍ରତିବାଦ କରୁଛନ୍ତି ବିଜେପି ନେତା ଓ କର୍ମୀ । ରାଜ୍ଯରେ ବଢୁଥିବା ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରକୁ ବିରୋଧ କରି ଜନ ଆକ୍ରୋଶ ଆନ୍ଦୋଳନ କରୁଛି ବିଜେପି । ବିଭିନ୍ନ ବ୍ଲକରେ ଜନ କଲ୍ୟାଣିକାରି ଯୋଜନା ଆଳରେ ଶାସକ ବିଜେଡି, ନେତା ଓ କର୍ମୀ ଏବଂ ଦଲାଲ ସରକାରୀ ଯୋଜନକୁ ହରିଲୁଟ କରୁଛନ୍ତି, ଫଳରେ ପ୍ରକୃତ ହିତାଧିକାରୀଙ୍କୁ ମିଳୁନାହିଁ ସରକାରୀ ଯୋଜନା ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ବିଜୁ ପକ୍କାଘର ଯୋଜନା, ବାର୍ଦ୍ଧକ୍ୟ ଭର୍ତ୍ତା,ବିଧବା ଭର୍ତ୍ତା ରାସ୍ତା ନିର୍ମାଣ ସହିତ ସ୍ବାସ୍ଥ୍ୟ, ଶିକ୍ଷା,ଗୃହ ନିର୍ମାଣ, ବିଦ୍ଯାଳୟ ନିର୍ମାଣ ଓ ୫ଟି ଯୋଜନା ନାଁରେ ଚାଲିଥିବା ଯୋଜନାରେ ରାଜ୍ଯରେ ବିଜେଡି ସରକାର ଏବଂ ତଳସ୍ତରରେ ଦଳର ନେତା କର୍ମୀ ବ୍ଯାପକ ଦୁର୍ନୀତି କରି ନିଜର ସମ୍ପତ୍ତି ବୃଦ୍ଧି କରୁଛନ୍ତି ବୋଲି ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଏ ନେଇ ବିଜେପି ପକ୍ଷରୁ କଟକ ଜିଲ୍ଲା ନିଆଳି ବ୍ଲକ ଘେରାଉ କରାଯିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୧୧ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛି ବିଜେପି ।‌

ରାଜ୍ଯ ଠାରୁ ଆରମ୍ଭ କରି ବ୍ଲକରେ ଚାଲିଥିବା ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରକୁ ବିରୋଧ କରି ବିଜେପି ଦଳର ନିଆଳି ନେତା ଛବି ମଲ୍ଲିକଙ୍କ ନେତୃତ୍ୱରେ ନିଆଳି ବ୍ଳକର ୨୩ଟି ପଞ୍ଚାୟଚର ଶହ ଶହ ବିଜେପି କର୍ମୀ ଏକ ଶୋଭାଯାତ୍ରାରେ ଆସି କଟକ ଜିଲ୍ଲା ନିଆଳି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଭିନ୍ନ ନାରା ବାଜି କରିଥିଲେ । ବ୍ଲକରେ ସରକାରୀ ଯୋଜନା ବାଟବଣା ହେଉଛି, ପ୍ରକୃତ ହିତାଧିକାରୀଙ୍କୁ ସରକାରୀ ଯୋଜନା ମିଳୁନାହିଁ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗରିବ ଲୋକଙ୍କୁ ନଦେଇ ଫେରିଯାଉଛି,

ବାର୍ଦ୍ଧକ୍ୟ ଓ ବିଧବା ଭର୍ତ୍ତା ବଣ୍ଟନରେ ହେରାଫେରି, ଚତୁର୍ଦଶ ଓ ପଞ୍ଚଦଶ ଅର୍ଥ କମିଶନ ଅର୍ଥ ଟଙ୍କା ହେରଫେର, ଶୌଚାଳୟ ବଣ୍ଟନରେ ହେରାଫେରି ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନିତୀ ଏବଂ ଆମ ଓଡ଼ିଶା ନବିନ ଓଡିଶା ବିକାଶ ନାଁରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ବିଜେଡି ଦଳର ହାତ ପାଣ୍ଠି ପାଲଟିଛି । ପଲ୍ଲୀ ସଭା ଓ ଗାଁ ସଭାକୁ ଦଳି ଚକଟି ବିଜେଡି ନେତା ଓ କର୍ମୀ, ସରକାରୀ ବାବୁ ନୀତିନିୟମକୁ ସବୁ ଜଳାଞ୍ଜଳି ଦେଇଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ଏହି ଦୁର୍ନୀତିରେ ସ୍ଥାନୀୟ ଶାସକ ଦଳର ବିଧାୟକଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତର ବିଜେଡି କର୍ମୀ ଓ ସରକାରୀ ଅଧିକାରୀଙ୍କ ହାତବାରିସିରେ ଚାଲିଛି ବୋଲି ବିଜେଡିକୁ କାଠ ଗଡାକୁ ଟାଣିଛି ବିଜେପି ।

ଏହି ସବୁ ଦୁର୍ନୀତି ବିରୁଦ୍ଧରେ ବିଜେପି ପକ୍ଷରୁ ଏକ ଲିଖିତ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ନିଆଳି ବ୍ଲକ ପ୍ରଶାସନଙ୍କ ଜରିଆରେ ପ୍ରଦାନ କରିଛି ବିଜେପି । ଏହି ବିକ୍ଷୋଭରେ ସମିର ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସୁରଥ ବିଶ୍ବାଳ, ଓବିସି ମୁଚ୍ଛା ରାଜ୍ୟ ସଭାପତି,ରାଜେନ୍ଦ୍ର ପ୍ରସାଦ ପଣ୍ଡା, ରାଜ୍ଯ ମୁଖପାତ୍ର ବିଜେପି, ରୀତା ଚୌଧୁରୀ ନାରୀନେତ୍ରୀ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ଏବଂ ସ୍ଥାନୀୟ ବିଧାୟକଙ୍କ ବିରୋଧରେ ନାରା ବାଜି କରିଥିଲେ ।

Exit mobile version