ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଙ୍କ ବିଦ୍ୟାଳୟ ପରିଦର୍ଶନ

୨୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :-> ନୟାଗଡ ଜିଲ୍ଲା ଓ ଦୌରାଜଜ ତଥା ଅଧ୍ୟକ୍ଷ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଆନନ୍ଦ ନାରାୟଣ ମହାରଣା ଙ୍କ ପରାମର୍ଶ କ୍ରମେ ପ୍ରାଧିକରଣ ସଚିବ ତଥା ବରିଷ୍ଠବର୍ଗ ବିଚାରପତି ଶ୍ରୀ ବିଶେଷ କୁମାର ସାହୁ ଜନଶକ୍ତି ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ | ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାସ ଙ୍କ ସଭାପତିତ୍ବରେ ଆୟୋଜିତ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା |

ପ୍ରଥମେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନ ଙ୍କ ତରଫରୁ ବନ୍ଦେ ଉତ୍କଳଜନନୀ ଗାନ କରାଯାଇ ଥିଲା | ବିଦ୍ୟାଳୟ ର ଛାତ୍ରୀ ଶୁଭଲକ୍ଷ୍ମୀ ସ୍ବାଇଁ, ସୁଭସ୍ମିତା ସାହୁ, ଛାତ୍ର ଶକ୍ତି ପ୍ରସାଦ ନାୟକ ଅତିଥି ପରିଚୟ ଓ ଆଭିମୁଖ୍ୟ ପ୍ରଦାନ କରିଥିଲେ | ପ୍ରାଧିକରଣ ର ସଚିବ ତଥା ବରିଷ୍ଠବର୍ଗ ବିଚାରପତି ଶ୍ରୀ ବିଶେଷ କୁମାର ସାହୁ, ମୌଳିକ କର୍ତ୍ତବ୍ୟ, ପୋକ୍ସୋ ଆଇନ,ବାଳସୁଧାର ସମ୍ପର୍କରେ ମୌଳିକ ଜ୍ଞାନ ପ୍ରଦାନ କରିଥିଲେ |

ବିଦ୍ୟାଳୟ ର ଶୈଖିକ ପରିବେଶ ତଥା ଗୃହ,ପରିମଳ, ଜଳଯୋଗାଣ, ପାଠାଗାର ତଥା ଛାତ୍ରଛାତ୍ରୀ ମାନଙ୍କ ଶୃଙ୍ଖlଳ ଜ୍ଞାନ କୁ ଅନୁଧ୍ୟାନ କରି ସନ୍ତୋଷ ପ୍ରକାଶ କରିଥିଲେ | ପରିଷଦ ର ସଦସ୍ୟ ମହମ୍ମଦ ଓମାର ମଲ୍ଲିକ ଶାନ୍ତି ଓ ଜାତୀୟତା ଜ୍ଞାନ ହିଁ ସମାଜ ଉନ୍ନତି ରେ ସହାୟକ ହେବବୋଲି ମତ ପ୍ରକାଶ କରିଥିଲେ |

ବିଦ୍ୟାଳୟ ର ଛାତ୍ର ଛାତ୍ରୀ,ସ୍କାଉଟ, ଜୁନିଅର ରେଡକ୍ରସ, ଛାତ୍ର ପୋଲିସ କ୍ୟାଡେଟ ମାନେ ପ୍ରଶ୍ନ ଉତ୍ତର ମାଧ୍ୟମରେ ନିଜର ଅନୁସନ୍ଧିତ୍ସୁ କୁ ଦୂର କରିଥିଲେ | ଏଥିରେ ବିଦ୍ୟାଳୟର ଶିକ୍ଷକ ସତ୍ୟ ନାରାୟଣ ସାହୁ, ଶତ୍ରୁଘ୍ନ ପ୍ରଧାନ, ଲକ୍ଷ୍ମୀଧର ସାହୁ ମନୋଜ କୁମାର ପଣ୍ଡା, ଚିନ୍ତାମଣି ମିଶ୍ର, କବିତା ବେହେରା, ନିହାରିକା ସାହୁ,କ୍ଷୀରୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ | ବିଦ୍ୟାଳୟ ର ଖେଳ ଶିକ୍ଷକ ବିରଞ୍ଚି ନାରାୟଣ ବେହେରା ପରିଚାଳନା କରିବା ସହ ଛାତ୍ରୀ ଲକ୍ଷ୍ମୀପ୍ରିୟା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ |

Exit mobile version