ଗଣମାଧ୍ୟମ ପ୍ରତିନିଧି ହର ପ୍ରସାଦ ଦାସ ଙ୍କୁ କରୋନା ଯୋଦ୍ଧା ଭାବେ ସତ୍ୟ ନଗର ଲେଡିଜ୍ ଫୋରମ୍ ପକ୍ଷରୁ ଏକ ଆୟୋଜିତ ସଭାରେ ସମ୍ଵର୍ଦ୍ଧନା କରାଯାଇଛି ।

ଓଡିଶା ତାଜା ନ୍ୟୁଜ୍ / ରିପୋର୍ଟ ସୋନାଲି (୧୬ ଜୁଲାଇ ଗୁରୁବାର) ଭୁବନେଶ୍ୱର :- ଭୁବନେଶ୍ୱର ପ୍ରଗତିବାଦି ପେପର୍ ର କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧି, ରିପୋର୍ଟର ହର ପ୍ରସାଦ ଦାସ ଙ୍କୁ କରୋନା ଯୋଦ୍ଧା ଭାବେ ସତ୍ୟ ନଗର ଲେଡିଜ୍ ଫୋରମ୍ ପକ୍ଷରୁ ଏକ ଆୟୋଜିତ ସଭାରେ ସମ୍ଵର୍ଦ୍ଧନା କରିଛନ୍ତି । ସତ୍ୟନଗର ଲେଡିଜ୍ ଫୋରମ ପକ୍ଷରୁ ଗୁରୁବାର ଅପରାହ୍ନରେ କରୋନା ଯୋଦ୍ଧାଙ୍କୁ ମହିଳା କମିଶନ କାର୍ଯ୍ୟାଳୟ ନିକଟରେ ଆୟୋଜିତ ଉତ୍ସବରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କରୋନା ମହାମାରୀକୁ ଭୟ ନକରି ନିଜ କର୍ତ୍ତବ୍ୟରେ ଅଟଳ ରହିଥିବା ଯୋଦ୍ଧା ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ସତ୍ୟନଗର ଲେଡିସ୍ ଫୋରମ୍ ପକ୍ଷରୁ କୋଭିଡି ଯୋଦ୍ଧା ଭାବେ ସମାଜସେବୀ ଶୁଭଶ୍ରୀ ଦାସ ଓ ବିଷ୍ଣୁ ପ୍ରିୟା ଦାସ ଫୋରମ୍ ସଚିବ ଅନୁରାଧା ଦାସ୍ ପ୍ରମୁଖ ଯୋଗ ଦେଇଥିଲେ

ଏହି ସମ୍ବର୍ଦ୍ଧନା ସଭାରେ ଫୋରମ ପକ୍ଷରୁ ଭୁବନେଶ୍ବରରେ ଚଳପ୍ରଚଳ କରୁଥିବା କିଛି ଅଟୋର ଚାଳକଙ୍କୁ ମାସ୍କ, ସାନିଟାଇଜର୍, ସାବୁନ୍ ଓ ଗ୍ଲୋବସ୍ ପ୍ରଦାନ କରାଯାଇଥିଲା । ଏହି ସମ୍ମାନ ସଭାରେ ଟ୍ବିନ୍ ସିଟିର ବହୁ ସମ୍ମାନନୀୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ । କରୋନାର ଭୟାବହତା ସମୟରେ ଲେଡିଜ୍ ଫୋରମ ପକ୍ଷରୁ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଶୁଖିଲା ଖାଦ୍ୟ, ମାସ୍କ, ସାନିଟାଇଜର ବଣ୍ଟନ ସହ ବସ୍ତି ସାନିଟାଇଜେସନ୍ ଓ ସଚେତନତା କାର୍ଯ୍ୟ ଜାରିରହିଛି । ଲେଡିଜ୍ ଫୋରମର ଲୋକ ହିତକର କାର୍ଯ୍ୟଧାରାକୁ ସବୁ ମହଲରୁ ପ୍ରଶଂସା କରାଯାଇଛି ।

Exit mobile version