ଆହାରଵନ୍ଧ ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଷୋହଳ ପ୍ରହର‌ ନାମଯଞ

୨୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର ଆହାରଵନ୍ଧ ଗ୍ରାମରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ବାବା ଗୁପ୍ତେଶ୍ୱର ମନ୍ଦିର ସମ୍ମୁଖରେ ତ୍ରିଦିବସୀୟ୨୭,୨୮,୨୯ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଛି । ଆହାରଵନ୍ଧ ରାହାସ ପୂର୍ଣ୍ଣିମା କମିଟି ତରଫରୁ ୩ ଦିନ ବ୍ୟାପି ପୂଜାପାଠ, ଦିବାରାତ୍ର ସଂକୀର୍ତ୍ତନ ଷୋହଳ ପ୍ରହର ଓ ନାମ ଯଜ୍ଞ ଆୟୋଜନ କରାଯାଇଥିଲା । ଆହାରଵନ୍ଧ ରେ ପ୍ରାୟ ୧୫୦ ବର୍ଷରୁ ଉର୍ଦ୍ଧ୍ବ ହେଲା ଏଠାରେ ପବିତ୍ର ରାହାସ ପୂର୍ଣ୍ଣିମା ଅବସରରେ ଷୋହଳ ପ୍ରହର ନାମଯଜ୍ଞ ପ୍ରତିବର୍ଷ ଆୟୋଜନ କରାଯାଉଛି ବୋଲି ଗ୍ରାମର‌ ମୁରବି ମାନେ କୁହନ୍ତି ।

ଏହା ବହୁ ପୁରାତନ ଅନୁଷ୍ଠାନ । ସ୍ଥାନୀୟ ଏବଂ ଆଖପାଖ ଅଂଚଳରୁ ଶହ ଶହ ଶ୍ରଦ୍ଧାଳୁ,ଆବାଳ ବୃଦ୍ଧ ବନିତା ସଂକୀର୍ତ୍ତନ ସ୍ଥଳକୁ ଯାଇ କଳିଯୁଗର ପବିତ୍ର ମହାମନ୍ତ୍ର ଶ୍ରବଣ କରିଛନ୍ତି ।୩ ଦିନ ଧରି ସମସ୍ତଙ୍କୁ ଆହାରଵନ୍ଧ ପ୍ରାଇମେରୀ ବିଦ୍ୟାଳୟରେ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ବଡ଼ସାହି ବ୍ଳକର ଦୀଘାରି ଅସ୍ତିଆ,

ଵୈଶିଙ୍ଗା ବ୍ଳକର ବଡତାଳପଦା,ବିଶୋଇ ବ୍ଳକର ପଳାଶବଣୀ,ଝାରପୋଖରୀଆ ଅଂଚଳର କରକଚିଆ ଏବଂ ଵୈଶିଙ୍ଗା ବ୍ଳକର ଭାଲୁବସାର ସଂକୀର୍ତ୍ତନ ଦଳ ନୃତ୍ୟ ସହ ହରିରାମ ସଂକୀର୍ତ୍ତନ କରି ସମସ୍ତ ଶ୍ରଦ୍ଧାଳୁଙ୍କ ମନ କିଣି ବିମୋହିତ କରିଥିଲେ । ହରିରାମ ସଂକୀର୍ତ୍ତନ ଦ୍ଵାରା ୩ ଦିନ ଧରି ସମଗ୍ର ଆହାରବନ୍ଧ ଗ୍ରାମରେ ଏକ ଭକ୍ତିମୟ ଆଧ୍ୟାତ୍ମିକ ପରିବେଶ ହୋଇଥିଲା ।

Exit mobile version