୨୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> କୃଷକର ଉନ୍ନତି ହେଲେ ଦେଶର ଉନ୍ନତି ହେବ । ଯେଉଁ ଦେଶ କିମ୍ବା ରାଜ୍ୟ କୃଷିରେ ଯେତେ ଅଗ୍ରଗତି କରିଛି ସେହି ଦେଶର ଆର୍ଥିକ ପ୍ରଗତି ସେତେ ସୁଦୃଢ ହୋଇଛି । ରାଜ୍ୟ ସରକାର କୃଷିକାର୍ଯ୍ଯକୁ ତ୍ବରାନ୍ବିତ କରିବା ପାଇଁ କୃଷକମାନଙ୍କୁ ବିଭିନ୍ନ ପ୍ରତ୍ୟାହର ସାର,ବିହନ,ବିନା ସୁଧରେ କୃଷି ଋଣ,କାଳିଆ ଯୋଜନା,ଵଳିଆ ଯୋଜନା,କୃଷି ଯନ୍ତ୍ରପାତି ରିହାତି ମୂଲ୍ୟରେ ଦେବା,ଵୋରଓ୍ବେଲ ଖନନ,ମୋ ପୋଖରୀ, ପଶୁପାଳନ,ପନି ପାରିବା,ଚାଷ,ମାଣ୍ଡିଆ ଚାଷ,ଫୁଲ ଚାଷ,ଗୋପାଳନ ଚାଷ , ମତ୍ସ୍ୟ ଏବଂ ବହୁବିଧ ଯୋଜନା କରି ସହାୟତା ଯୋଗାଉଛନ୍ତି ।
