ମୋହନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରରେ ଆଖି ପରୀକ୍ଷା କରି ଚିହ୍ନଟ କରିଗଲା

୨୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୋହନା ଠାରେ ବିଦ୍ୟାଳୟ ସ୍ତରରେ ଆଖି ପରୀକ୍ଷା କରି ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ନେଇ ଏକ ଡ଼ାକ୍ତରୀ ପରୀକ୍ଷା ଆୟୋଜନ ହୋଇଥିଲା । ଏହି ଶିବିରକୁ ମୋହନା ,କରଚଵାଡି,ଗୋବିନ୍ଦପୁର , ମଲାସପଦର,ପିଣ୍ଡିକି ୫ ଗୋଟି କ୍ଲଷ୍ଟର୍ ର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଓ guide ଶିକ୍ଷକ ଯୋଗ ଦେଇଥିଲେ ।

ତତ୍ ପରେ ମୋହନା ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ନରେନ୍ଦ୍ର କୁମାର ବେହେରା ମହୋଦୟ ଡକ୍ଟର ଶ୍ରୀ ଅନିଲ କୁମାର ପାଢ଼ୀ ରୁବୀ ଆଇ ହସ୍ପିଟାଲ ବ୍ରହ୍ମପୁର ରୁ ଆସିଥିବା ଦୁଇଜଣ ସହକାରୀ ଡକ୍ଟର୍ ହେଲେ ଶ୍ରୀ ଭୀଷ୍ମ ବେହେରା ଓ ଶ୍ରୀ ଜ୍ୟୋତିରଂଜନ ନାୟକ ବରିଷ୍ଠ ଶିକ୍ଷକ ପ୍ରଶାନ୍ତ ବୀର ଓ ଶ୍ରୀ ଶଙ୍କର ପଣ୍ଡା ମହୋଦୟ, ମଲାସପଦର୍ CRCC ଶ୍ରୀ ସୁଧିର ମହାପାତ୍ର ଓ ଗୋଷ୍ଠି ସମ୍ବଳ ସାଧନ ଶିକ୍ଷକ ଶ୍ରୀ ସୁମନ୍ତ ପ୍ରଧାନ ଓ ପ୍ରକାଶ କୁମାର ସାହୁଙ୍କ କରକମଳରେ ଉଦଘାଟନ କରାଯାଇ ଥିଲା ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରକାଶ କୁମାର ମଣ୍ଡଳ ମହୋଦୟ ଧନ୍ୟବାଦ ଦେବା ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୨୯୦ ଜଣ ଛାତ୍ରଛତ୍ରୀ ଓ ୩୯ ଜଣ ଶିକ୍ଷକ ଯୋଗ ଦେଇଥିଲେ । ଏହି ଶିବିରରେ ଚଷମା ନିମନ୍ତ ୫୨ଜଣ referral ୨ଜଣ ଚିହ୍ନଟ କରା ଯାଇଛି ।

Exit mobile version