ଆଡକଟାରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ଉଦଯାପିତ ଉତ୍ସବ ପାଳିତ

୨୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଗଣିଆ :-> ଗଣିଆ ବ୍ଲକ ଆଡକଟା ସ୍ଥିତ ବନମାଳୀ ବାରିକି ମହାବିଦ୍ୟାଳୟ ପରିସରରେ ଯୁବ ଓଡ଼ିଶା ନବୀନ ଓଡ଼ିଶା ଉଦ୍‌ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ସଂଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥିଭାବେ ଗଣିଆ ବ୍ଲକର ବି ଡି ଓ ଡମ୍ବରୁଧର ମଲ୍ଲିକ ଯୋଗଦେଇଥିଲେ । ମଞ୍ଚାଷିନ ଅତିଥି ଭାବେ ଗଣିଆ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡ଼ା, ନରସିଂହପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର କୁଳମଣି ବାରିକି, ମହାବିଦ୍ୟାଳୟର ପୂର୍ବତନ ସଂପାଦକ କାଶୀନାଥ ବାରିକି, ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଦଶପଲ୍ଲାର ଅଧ୍ୟକ୍ଷ ସରୋଜ କୁମର ପଣ୍ଡା,

ଅର୍ଥନୀତି ବିଭାଗର ଅଧ୍ୟାପକ ତଥା କ୍ରୀଡ଼ା ଉପଦେଷ୍ଟା , ଦେବାଶିଷ ବସ୍ତିଆ ପ୍ରମୁଖ ଉପସ୍ଥିଥିତ ଥିଲେ। ସଭା ପରିଚାଳନା କରିଥିଲେ ଦୁର୍ଯୋଧନ ପରିଡ଼ା । ପ୍ରଥମେ ମୁଖ୍ୟ ଅତିଥିଙ୍କୁ ଫୁଲ ତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବନ୍ଧିତ କରାଯାଇଥିଲା । ପରେ ଜଗତର ନାଥ ଜଗନ୍ନାଥଙ୍କୁ ମାଲ୍ୟଅର୍ପଣ କରାଯାଇଥିଲା । ପରେ ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ଗାନ କରାଯାଇ । କଲେଜ ପ୍ରତି ଅବଦାନ ଥିବା ସେ ମହାନ୍ ବେକ୍ତିତ୍ବ , ରୁଦ୍ରମାଧବ ରାୟ, ଭଗବାନ ମିଶ୍ର, ଚନ୍ଦ୍ରମଣି ବାରିକି,

ବ୍ରଜବନ୍ଧୁ ସିଠଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ତା’ପରେ ସେକ୍ରୀଡ଼ାର ନୋଡାଲ ଅଫିସର ଅଧ୍ୟାପକ ଦୁର୍ଯ୍ୟୋଧନ ପରିଡ଼ା ମଂଚ ପରିଚଳନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମଲ୍ଲିକ ପିଲାମାନଙ୍କୁ ପାଠ ପଢା ଓ ଖେଳ ପାଇଁ ଉତ୍ସାହିତ କରିଥିଲେ ଓ ରାଜ୍ୟ ସରକାର କ୍ରୀଡ଼ାର ଉନ୍ନତି ପାଇଁ ବିଦ୍ୟାଳୟଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ କରୁଛନ୍ତି । ପରିଶେଷରେ ପ୍ରଶିକ୍ଷକ ମାନଙ୍କୁ ମାନପତ୍ର ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ଓ ବିଭିନ୍ନ ପ୍ରକାରର ପ୍ରତିଯୋଗୀତା ରେ ପିଲାମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା ।

Exit mobile version