୨୯ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ତାପଙ୍ଗ :-> ଟ୍ରେନ କୁ ଅଟକାଇ ଟ୍ରେନ ଆଗରେ ଧାରଣା ଦେଲେ ଯାତ୍ରୀ । ଖୋର୍ଦ୍ଧା ରୋଡ଼ ଷ୍ଟେସନ ନିକଟ ତାପଙ୍ଗ ଷ୍ଟେସନ ରେ ଘଟିଛି ଏପରି ଅଭାବନୀୟ ଘଟଣା । ତାପଙ୍ଗ ଷ୍ଟେସନ ରେ ପଲାସା-କଟକ ଟ୍ରେନ କୁ ଅଟକାଇଲେ ଯାତ୍ରୀ, ଟ୍ରେନ ଆଗରେ ଠିଆହୋଇ କଲେ ପ୍ରତିବାଦ।,
ଟ୍ରେନ ରେ ଅଧିକା ବଗି ଲଗାଇବା ପାଇଁ କଲେ ପ୍ରତିବାଦ, ଅଧଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ଅଟକି ରହିଛି ଟ୍ରେନ । ନିୟମିତ ଭାବେରେ ବିଭିନ୍ନ କାମରେ ଭୁବନେଶ୍ୱର କୁ ଯାତ୍ରା କରୁଛନ୍ତି ଏହି ଅଂଚଳ ର ଯାତ୍ରୀ,
ଅନେକ ସରକାରୀ ଆଉ ବେସରକାରୀ ଚାକିରିଆ ବି ନିର୍ଭର କରନ୍ତି ଏହି ପଲାସା – କଟକ ଟ୍ରେନ ଉପରେ । ତେବେ ଏହି ଟ୍ରେନ ଟିରେ ବଗି କମ ଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଯାତ୍ରୀ । ପ୍ରତିବାଦ ରେ ଆଜି ତାପଙ୍ଗ ଷ୍ଟେସନ ଠାରେ ପ୍ରତିବାଦ କରିଛନ୍ତି ଯାତ୍ରୀ ।
