ଘରୋଇ ବସରୁ ଓହ୍ଲାଇବା ସମୟରେ ପଡି ମହିଳା ମୃତ୍ୟୁ : କ୍ଷେତି ପୂରଣ ଦାବିରେ ରାସ୍ତାରେ ଶବ ରଖି ରାସ୍ତା ଅବରୋଧ

୨୮ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଉଦୟଗିରି :-> ଆର,ଉଦୟଗିରି ଥାନା ଅଞ୍ଚଳର ମଙ୍ଗଳବାର ଅବାରସଂ ଗ୍ରାମର ଜଣେ ମହିଳା ଘରୋଇ ବସ ଓହ୍ଲାଇବା –ପଡି ମହିଳା ମୃତ । ଆଜି ବ୍ରହ୍ମପୁର ରୁ ନୁଆଗଡ ଯାଉଥିବା ଏକ ଘରୋଇ ବିକ୍ରାନ୍ତ ନାମକ ବସ ନମ୍ବର ( OR 07H 7173) ଗାଡିରେ ଅବାରସଂ ଗ୍ରାମର ସୁବାସିନି ନାୟକ(35) ବର୍ଷ ଏହି ବସରେ ଛେଳିଗଡରୁ ନିଜ ଗ୍ରାମକୁ ଯିବାକୁ ଚଡିଥିଲେ । ଗ୍ରାମ ଆସିବା ପରେ ଗାଡିରୁ ଓହ୍ଲାଇବା ସମୟରେ ଗାଡି ଛାଡିଦେଇଥିଲା । ମହିଳା ଜଣକ ପଡିଯାଇଥିଲା ପଛୁଆପଟ ପଡିଥିବାରୁ ତାଲୁକୁ ମାଡ ହୋଇଯାଇଥିଲା ।

ସଙ୍ଗେ ସଙ୍ଗେ ଗ୍ରାମବାସୀ ଓ ଗାଡି କର୍ମଚାରୀ ନିକଟରେ ଥିବା ଛେଳିଗଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରୁ ତାଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ମହିଳା ବେନ୍କୁ ଗୁରୁତ୍ବ ଆଘାତ ହୋଇଥିବାରୁ ମହିଳା ଜଣକୁ ବ୍ରହ୍ମପୁର ବଡମେଡିକଲ ପଠାଇଥିଲେ । ସୁବାସିନିକୁ ବ୍ରହ୍ମପୁର ମେଡିକାଲ୍ ନେବା ସମୟରେ ଦିଗପହଣ୍ଡି ନିକଟରେ ତାଙ୍କର ମୃତ ହୋଇଥିଲା । ଏହି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବସ ଜବତ କରିବା ସହ ବସ କର୍ମଚାରୀଙ୍କୁ ଥାନାରେ ଅଟକ ରଖାଯାଉଛି। ମୃତ ମହିଳାଙ୍କ ଶବ ବ୍ରହ୍ମପୁର ମେଡିକାଲ୍ ବ୍ୟବଛେଦ କରାଯାଇଛି ବୋଲି ପୁଲିସ ପ୍ରକାଶ କୌଣସି କେସ ହୋଇନି ।

ଶବ ଛେଳିଗଡ ପହଞ୍ଚିବା ପରେ ଛେଳିଗଡ ଶବ ରଖି ରାସ୍ତା ଅବରୋଧ କର ମୃତ ପରକୁ କ୍ଷେତି ଦାବି କରି ଶବ ଅବରୋଧ କରି ରଖି ପରିବାର ଲୋକଙ୍କୁ ପୁଲିସ ବୁଝାସୁଜା କରୁଛନ୍ତି । ଏବେ କୌଣସି ସମାଧାନ ହୋଇନାହିଁ । ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ଯ୍ୟୋତିମୟୀ ଦାସ, ଏସଡିପିଓ ଅଶ୍ବିନୀ କୁମାର ନାୟକ ଏବଂ ପୁଲିସ ଷ୍ଟାପ ପହଞ୍ଚି ଲୋକଙ୍କୁ ବୁଝାସୁଜା କରିଥିଲେ ମଧ୍ୟ ଗାଡି ସାଉକାର ଆସିବାକୁ ଜିଦିଧରିଛି ବସିଛନ୍ତି । ରାତ୍ର ଏକ ଘଣ୍ଟାରେ ଗାଡି ମାଳିକ ଘଟଣାସ୍ଥଳରେ ପହଞ୍ଚି ମୃତ ପରିବାରକୁ ଏକ ଲକ୍ଷ ଟଙ୍କା କ୍ଷେତି ପୂରଣ ଦେବାସହ ଜିଲ୍ଲାପାଳ ଓ ଏସପି ୪୦ ହଜାର ଏବଂ ରେଡକ୍ରସ ତରଫରୁ ୧୦ ହଜାର ଟଙ୍କା ପରିବାରକୁ ଦେବାପରେ ରାସ୍ତାରୋକ ହଟିଥିଲା । ଏହି ଆନ୍ଦୋଳନକାରୀଙ୍କୁ ସ୍ଥାନୀୟ ସରପଞ୍ଚ, ଉପାଧ୍ୟକ୍ଷା , ଜିଲ୍ଲାପରିଷଦ ସଭ୍ୟିା ପ୍ରମୁଖ ବୁଝିଥିଲେ ।

Exit mobile version