ମୋ ମନର ମୁରୁଜ ରେ ଶ୍ରେଷ୍ଠ ସ୍ଥାନ ଅଧିକାର କଲେ : ରେଡି ଭୋଲନ୍ଟିଅର୍ସ ଦଳ

୨୮ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :->  ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ ଦ୍ବାରା ଆୟୋଜିତ “ମୁରୁଜ ରେ ମୋ ଜଗନ୍ନାଥ” ର ୨୦୨୩ ବିଷୟ ବସ୍ତୁ ” ମୋ ମନର ଜଗନ୍ନାଥ ” ମୁରୁଜ ଅଙ୍କନ ପ୍ରତିଯୋଗିତାରେ ୪୭ ଟି ଗ୍ରୁପ ମଧ୍ଯରେ ରାଇରଙ୍ଗପୁର ର ସ୍ବେଚ୍ଛାସେବୀ ସଂସ୍ଥା ରେଡି ଭୋଲନ୍ଟିଅର୍ସ ସର୍ବଶ୍ରେଷ୍ଠ ବିବେଚିତ ହୋଇଥିଲେ

ଏବଂ କାର୍ଯ୍ୟକ୍ରମ ର ମୁଖ୍ଯ ଅତିଥି ନଗରପାଳ ଅଭିଷେକ ପଟନାୟକ, ଉପ ନଗରପାଳ ମମିତା ଚୌଧୁରୀ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ ର ସଭାପତି ତିମିର ରଂଜନ ପଣ୍ଡାଙ୍କ କରକମଳରୁ ସଂବର୍ଧିତ ହୋଇ ଥିଲେ ।

ରେଡି ଭୋଲନ୍ଟିଅର୍ସ ର ସଂସ୍ଥାପକ ଓ ପରିଚାଳକ ବିଜୟ କୁମାର ରାମ ଏହି ସଫଳତା ପାଇଁ ରେଡି ଭୋଲନ୍ଟିଅର ସୁଭଦ୍ରା ବାରିକ, ତୋପାଇ ବେହେରା,ସୁନୀତା ଗିରି, ଉଷସୀ ବେହେରା, ଜୟଶ୍ରୀ ବେହେରା,ଫୁଲମଣି ଲୋହାର କୁ ଅଭିନନ୍ଦନ ଜଣାଇ ଥିଲେ ଏବଂ ଅଶ୍ବିନୀ ମହାନ୍ତ, ଲବ ବିନ୍ଧାଣୀ,ଲକ୍ଷ୍ମଣ ମୁର୍ମୁଙ୍କ ମାର୍ଗଦର୍ଶନ ପାଇଁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version