ଓଡିଶା ତାଜା ନ୍ୟୁଜ୍ (୧୬ ଜୁଲାଇ ଗୁରୁବାର) ହିଞ୍ଜିଳିକାଟୁ :- ହିଞ୍ଜିଳିକାଟୁ ବ୍ଳକ ଓ ପୌରାଂଚଳରେ କରେନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବଢିବାରେ ଲାଗିଛି । ଏଣୁ ସହର ଓ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।ଏହାର ଉଚିତ ମୁକାବିଲା ସକାଶେ ଜିଲ୍ଲା ପ୍ରଶାସନ ସମେତ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ବୃନ୍ଦ ଯଥାସାଧ୍ୟ ଉଦ୍ୟମ ଜାରି ରଖିଛନ୍ତି । ଗୋଷ୍ଠୀ ସଂକ୍ରମଣକୁ ପ୍ରତିହିତ କରିବା ଦୃଷ୍ଟି ରେ ରଖି ପୌର ପ୍ରଶାସନ ପକ୍ଷରୁ ପୌରାଞ୍ଚଳର ବିଭିନ୍ନ ୱାର୍ଡ଼କୁ କଣ୍ଟେନମେଣ୍ଟ ଓ ବଫରଜୋନ ଭାବେ ଘୋଷଣା କରାଯାଇଥିବା ବେଳେ ସେହିପରି ବ୍ଳକ ପ୍ରଶାସନ ପକ୍ଷରୁ ୯ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଓ ୩ ପଞ୍ଚାୟତକୁ ବଫରଜୋନ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଜୋନ ଗୁଡ଼ିକରେ ବିଭିନ୍ନ ଗ୍ରାମ ଓ ସାହି ବସ୍ତିର ପ୍ରବେଶ ପଥ ଗୁଡ଼ିକୁ ବାଉଁଶ ବାଡ଼ ଦ୍ୱାରା ସିଲ୍ କରାଯାଇଛି ।
ହେଲେ କିଛି ଅମାନିଆ କିଛି ବାହାନା ଦେଖାଇ ବିନା କାରଣରେ ମୋଟର ସାଇକେଲରେ ସାରା ସହର ଚକ୍କର କାଟୁଥିବାରୁ ଗୋଷ୍ଠୀ ସଂକ୍ରମଣ ବଢିବା ଆଶଙ୍କା ଦେଖାଦେଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ପୁର୍ନବାର ୧୪ ତାରିଖ ଠାରୁ ୨୧ ତାରିଖ ପର୍ଯ୍ୟନ୍ତ ୮ ଦିନ ପାଇଁ ଜିଲ୍ଲାର ସମସ୍ତ ଏନଏସି ଓ ହିଞ୍ଜିଳିକାଟୁ ପୋୖରାଞ୍ଚଳକୁ ସଡଟଡ଼ାଉନ ଘୋଷଣା କରାଯାଇଛି । ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୁଲିସ ପ୍ରଶାସନ ଆକ୍ସନ ମୁଡ଼ରେ ବାହାରିଛି । ଗତ ୩ ଦିନ ଧରି ସହରର ୨ ପବେଶ ପଥକୁ ସିଲ୍ କରି ଦିଆଯାଇଛି । କେବଳ ମେଡ଼ିକାଲ ଓ ଜରୁରୀ କାର୍ଯ୍ୟରେ ଯାତାୟତ କରୁଥିବା ଲୋକଙ୍କୁ ବାଦ ଦେଲେ ଅନ୍ୟ ସମସ୍ତଙ୍କ ଯାତାୟତକୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି । ସ୍ଥାନୀୟ ସହରର କୌଣସି ଲୋକେ ବାହାରକୁ ଯେପରି ଯାଇ ନ ପାରିବେ ଓ ବାହାର ସହରର କୌଣସି ଲୋକ ଯେପରି ସ୍ଥାନୀୟ ସହର ମଧ୍ୟକୁ ପ୍ରବେଶ କରିନପାରିବେ ସେଥି ପାଇଁ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇଛି ।
ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ତତ୍ୱାବଧାନରେ ୨ଟି ସ୍ୱତନ୍ତ୍ ଟିମ୍ ଗଠନ କରାଯାଇ ସହରର ପ୍ରବେଶ ପଥରେ ଯାନବାହାନ ଯାଞ୍ଚକୁ କଡ଼ାକଡ଼ି କରାଯାଇଥିବା ବେଳେ ଥାନା ଏସଆଇ ବାସୁଦେବ ଭୋଇଙ୍କ ନେତୃତ୍ୱରେ ୩ଟି ଟିମ୍ ଗଠନ କରାଯାଇ ସହରର ବିଭିନ୍ନ ଛକ ସ୍ଥାନ ଗୁଡ଼ିକରେ ନାକାବନ୍ଦୀ କରାଯିବା ସହ ତନଖି କଡ଼ାକଡ଼ି କରାଯାଉଥିବାର ଦେଖିବାକୁ ମିଳିଥିଲା । ଗୁରୁବାର ପୁଲିସ କୋଭିଡ଼ ମନିଟର ତଥା ଡ଼ିଏସପି ହିମାଂଶୁ ଶେଖର ବେହେରା ଓ ଆସିକା ଏସଡ଼ିପିଓ ସୂର୍ଯ୍ୟମଣି ପ୍ରଧାନ ହିଞ୍ଜିଳିରେ ପହଞ୍ଚି ଯାନବାହାନ ଯାଞ୍ଚ କାର୍ଯ୍ୟର ତଦାରଖ କରିଥିଲେ । ଯାଞ୍ଚ ସମୟରେ ଥାନା ଏସଆଇ ମମତା ସାମନ୍ତରା, ପ୍ରଦୀପ୍ତ ଦାଶ, ଏଏସଆଇ ରାଜନ ବିଷୋୟୀ, ସୁରଥ ଭୁୟାଁ, ଶରତ ମହାପାତ୍ର ଓ ପୁଲିସ ଫୋର୍ସ ଅଂଶ ଗ୍ରହଣ କରିଥିଲେ । ( ରିପୋର୍ଟ –ଲଳିତ ମୋହନ ପଲ୍ଲାଇ)
