ନୂଆ କାଚରାମାଳ କାର୍ତ୍ତିକେଶ୍ୱର ପୂଜା କମିଟି ପକ୍ଷରୁ କାର୍ତ୍ତିକେଶ୍ୱର ପୂଜା

୨୮ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ ଫୁଲନଖରା ଛକ ନିକଟସ୍ଥ ନୂଆ କାଚରାମାଳ କାର୍ତ୍ତିକେଶ୍ୱର ପୂଜା କମିଟି ପକ୍ଷରୁ ୪୯ ତମ କାର୍ତ୍ତିକେଶ୍ୱର ପୂଜା ପାଳିତ ହୋଇଛି । ଆସନ୍ତା ଶୁକ୍ରବାର ଦିନ ସନ୍ଧ୍ୟାରେ ଭଷାଣୀ ଶୋଭାଯାତ୍ରା ଅନୁଷ୍ଠିତ ହେବ ।

ଏଥିପାଇଁ ପୂଜା କମିଟିର ସଦସ୍ୟ ମାନେ ପୁରା ଦମରେ କାର୍ଯ୍ୟରେ ଲାଗିପଡିଛନ୍ତି । ପବିତ୍ର କୁମାର ବେହେରା, ସୁନିଲ କୁମାର ବେହେରା, ବିଜୟ କୁମାର ଦାସ, ସୁବ୍ରତ କୁମାର ବେହେରା,

ପ୍ରମୁଖ ସମସ୍ତ ସଦସ୍ତ ଚଳିତ ବର୍ଷ ପୂଜା ଏବଂ ଭଷାଣୀ ଶୋଭାଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଶେଷ କରିବା ପାଇଁ ସେମାନଙ୍କର ଉଦ୍ୟମ ଯାରି ରଖିଛନ୍ତି । ଏଥିରେ ସାହିର ସମସ୍ତ ବୟଜ୍ୟେଷ୍ଠ ବ୍ୟକ୍ତି , ଯୁବକ ମାନେ ସାହାଯ୍ୟ ସହଯୋଗ କରୁଛନ୍ତି ।

Exit mobile version