ତାରା ତାରିଣୀ ପୀଠରେ – ଭି .କେ.ପାଣ୍ଡିଆନ୍

୨୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଗଞ୍ଜାମ ଜିଲ୍ଲା :-> ବିଜେଡିରେ ସାମିଲ ହେବା ପରେ ତାରା ତାରିଣୀ ପୀଠରେ ଭି.କେ ପାଣ୍ଡିଆନ୍ ସେଠାରେ ପହଂଚିବା ପରେ ହଜାର ହଜାର ସମର୍ଥକ ତାଙ୍କୁ ସ୍ୱାଗତ କରିଥିଲେ । ଏହା ପରେ ସେ ତାରାତାରିଣୀ ପୀଠକୁ ଯାଇ ମା’ଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ତାଙ୍କୁ ସ୍ୱତନ୍ତ୍ର ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ, ଆସ୍କା ସାଂସଦ ପ୍ରମିଳା ବିଷୋଇ, ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀଙ୍କ ସମତେ ବହୁ ବିଜେଡି ନେତା ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ଆଜି ସକାଳେ ବିଜେଡିରେ ବିଦ୍ଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ଭିକେ ପାଣ୍ଡିଆନ୍ ।

ଦଳର ସମସ୍ତ ସାଂସଦ, ବିଧାୟକଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଦଳରେ ସାମିଲ ହୋଇଛନ୍ତି ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀ ତାଙ୍କୁ ଆଶୀର୍ବାଦ ଦେବା ସହ ଦଳ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆଶା ବ୍ୟକ୍ତ କରିଛନ୍ତି । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ନେତା ଓ ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହେବାପରେ ପରେ ସେ ଦଳୀୟ ମୁଖ୍ୟାଳୟ ଶଙ୍ଖ ଭବନ ଯାଇଥିଲେ । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏହି ଅବସରରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା ।

ତେବେ ଭିକେ ପାଣ୍ଡିଆନଙ୍କ ବିଜେଡିରେ ସାମିଲ ହେବା ନେଇ ଦଳୀୟ ନେତା, ମନ୍ତ୍ରୀ ବେଶ୍ ଆଶାୟୀ ହୋଇଛନ୍ତି । ପ୍ରଶାସନିକ ଅଧିକାରୀ ଥିବାବେଳେ ଯେଉଁଭଳି ଭାବେ ସେ ବିଭିନ୍ନ ଜିଲ୍ଲାକୁ ଯାଇ ଲୋକଙ୍କର ସୁବିଧା ଅସୁବିଧା କଥା ବୁଝିଛନ୍ତି ଏବେ ଦଳରେ ସାମିଲ ହେବା ପରେ ଦଳ ତଥା ରାଜ୍ୟର ବିକାଶ ପାଇଁ ତାଙ୍କର ସେହି ନିଷ୍ଠା ବଳବତ୍ତର ରହିବ । ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ତାଙ୍କର ବିସ୍ତୃତ ଅଭିଜ୍ଞତା ଦଳ ପାଇଁ ବେଶ୍ ଲାଭଦାୟୀ ହେବ ବୋଲି ବିଜେଡି ନେତାମାନେ ଆଶାବ୍ୟକ୍ତ କରିଛନ୍ତି।

Exit mobile version