ଜଳ ଉତ୍ସ ସୁରକ୍ଷା ଦିବସ ପାଳିତ

୨୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର  :-> ଦିନକୁ ଦିନ ପ୍ରାକୃତିକ ଏବଂ ପାରମ୍ପରିକ ଜଳ ଉତ୍ସଗୁଡିକର ଅପବ୍ୟବହାର ଏଵଂ ଅପରିଷ୍କାର ପ୍ରକ୍ରିୟା ବଢୁଥିବାରୁ ଆଜିର ଦିନଟିକୁ ଜଳ ଉତ୍ସ ସୁରକ୍ଷା ଦିବସ ରୂପେ ପାଳନ କରାଯାଇଛି। ନୟାପଲ୍ଲୀସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କଶ୍ବର ମନ୍ଦିର ପୁଷ୍କରିଣୀରେ ହଜାର ହଜାର ଶ୍ରଦ୍ଧାଳୁ ବୋଇତ ବନ୍ଦାଣ କରିଥିବା ବେଳେ ଏହି ବିଶାଳ ପୋଖରୀଟି ସମ୍ପୂର୍ଣ୍ଣ ରୂପେ ଆବର୍ଜନା ମୟ ହୋଇପଡିଥିଲା । ପୂର୍ବରୁ ଅନ୍ୟାନ୍ୟ ପର୍ବ ପର୍ବାଣୀ ପାଳନ ଅବସରରେ ଜଳ ଉତ୍ସ ଗୁଡିକରେ ବିଭିନ୍ନ ପ୍ରକାରର ଆବର୍ଜନା ପକା ଯାଉଥିବାରୁ ସେସବୁ ପରିଷ୍କାର କରିବା ନିମିତ୍ତ ଏହି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଜୁ ପଟ୍ଟନାୟକ କଲେଜ ଅଫ ହୋଟେଲ ମ୍ୟାନେଜମେଣ୍ଟ ଆଣ୍ଡ ସୋସିଆଲ ୱର୍କ୍, ଓଡିଶା ହେତୁବାଦୀ ସମାଜ , ଏକାଡେମୀ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ଇନ୍ଫରମେସନ ଟେକନୋଲଜି ଏବଂ ନୂଆପଲ୍ଲୀସ୍ଥିତ ଶ୍ରୀକୃଷ୍ଣ କ୍ଲବର ମିଳିତବାବେ ଏହି ପୋଖରୀ ସଫେଇ କାର୍ଯ୍ୟକ୍ରମ କରିଥିଲେ। ଏଥିରେ ଶ୍ରୀକୃଷ୍ଣ କ୍ଲବର ସମ୍ପାଦକ ତଥା ପୂର୍ବତନ କର୍ପୋରେଟର ଶ୍ରୀ ନବ କିଶୋର ବେହେରା ସଫେଇ କାର୍ଯ୍ୟକ୍ରମ ଉଦ୍ଘାଟନ କରିବା ପରେ,

ଅମିତ୍ କଲେଜର ଅଧ୍ୟାପକ ସୁଧାଂଶୁ ଶେଖର ଧଡା ଏବଂ ଟିକାୟତ ନାୟକ, ବିଜୁ ପଟ୍ଟନାୟକ କଲେଜର ଅଧ୍ୟାପିକା ଗୀତାଞ୍ଜଳି ଜେନା,ଜ୍ୟୋତି ରଞ୍ଜନ ତ୍ରିପାଠୀ, ବିଷ୍ଣୁପ୍ରିୟା ନାୟକ, ସିଦ୍ଧେଶ୍ୱର ବଡ଼ଜେନା, ମାନସ ସାହୁ, ଅର୍ଜୁନ ଟେକମ, ଆଶୁତୋଷ ପାଣିଗ୍ରାହୀ, ବିବେକ ନାୟକ, ଅନିସା ମହାନ୍ତି, ଆଦିତ୍ୟ ନାରାୟଣ ପତି, ଜିତେନ୍ଦ୍ର କୁମାର ଜେନା, ମନୋଜ ଦଳାଇ, ଦୀପ୍ତିରାଣୀ ନାୟକ, ସଦାଶିବ ମହାକୁଡ,ଗୌରାଙ୍ଗ ବେହେରା,ଭାଗ୍ୟଧର ବେହେରା, ଖଗେନ୍ଦ୍ର ବେହେରା,

ମିଥୁନ ବେହେରା, ଦେବାଶୀଷ ବେହେରା, ଚରଣ ବେହେରା,ମନୋଜ ବେହେରା ପ୍ରମୁଖ ସଫେଇ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ। ରାଜ୍ୟରେ ଦିନକୁଦିନ ଜଳରେ ବୁଡି ଅପମୃତ୍ଯୁ ଘଟଣା ବଢିଚାଲିଥିବାରୁ ଏହି ଅବସରରେ ପାଣିରେ ପଡିଗଲେ ଭାସିବା କୌଶଳ ଶିକ୍ଷା ଦିଆଯାଇଥିଲା ।

Exit mobile version