ଚିତ୍ତରଞ୍ଜନ ସେବା ସଦନରେ ରକ୍ତଦାନ ଶିବିର ଅନୁଷ୍ଠିତ

୨୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି  :-> ଚିତ୍ତରଂଜନ ସେବା ସଦନ ନିଆଳି, ସମ୍ବାଦ ଆମ ଓଡ଼ିଶା, ଭାରତୀୟ ଚିକିତ୍ସକ ସଂଘର ପ୍ରାଚୀ ଶାଖା, ରିମା କ୍ରିଏସନ ଓ HDFC Bank ଗୁଣୁପୁର ମିଳିତ ସହଯୋଗରେ ରବିବାର ଦିନ ସ୍ୱୋତ୍ସ। କୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି ।ଚିତ୍ତରଞ୍ଜନ ସେବା ସଦନ ସଭା ଗୃହରେ ଅନୁଷ୍ଠିତ ।ଏହି ଶିବିରକୁ ଭାରତୀୟ ଚିକିତ୍ସକ ସଂଘର ପ୍ରାଚୀ ଶାଖା ସଭାପତି ଡାକ୍ତର ଅଧିରାଜ କୁମାର ପରିଡା, ଚିତ୍ତରଂଜନ ସେବା ସଦନ ର ନିର୍ଦ୍ଦେଶକ ଡାକ୍ତର ଚିତ୍ତରଂଜନ ମିଶ୍ର ଉଦଘାଟନ କରିଥିଲେ।

ଏହି ଅବସରରେ ୪୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଉଦଘାଟନ ଉତ୍ସବରେ ଚିତ୍ତରଂଜନ ସେବା ସଦନ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫେସର ସୌମ୍ୟରଞ୍ଜନ ମିଶ୍ର, ସମ୍ବାଦ ପ୍ରତିନିଧି ତଥା ନିଆଳି ପ୍ରେସ କ୍ଲବ ର ସଭାପତି ମନୋରଞ୍ଜନ ଶତପଥୀ, ରୀମା କ୍ରିଏସନ୍ ର ଅଧିକାରୀ ସମୀର ତ୍ରିପାଠୀ, ସମାଜସେବୀ ଅବଦୁଲ୍ ବାରି,ସମାଜସେବୀ ଭକ୍ତ ବତ୍ସଳ ବସ୍ତିଆ , ବିଜେପି ଯୁବ ନେତା ତ୍ରିଲୋଚନ ବେହେରା, ଆରଏସଏସ ର ଆଲୋକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ସେହି ପରି ସାମ୍ୱାଦିକ କାଳନ୍ଦୀ ଚରଣ ସ୍ବାଇଁ , ସାମ୍ୱାଦିକ ବିନୋଦ କୁମାର ଭୋଇ, ସାମ୍ୱାଦିକ ରଶ୍ମି ରଞ୍ଜନ ମଲ୍ଲିକ , ସାମ୍ୱାଦିକ ଶାନ୍ତନୁ ମିଶ୍ର ,ସାମ୍ୱାଦିକ ପ୍ରତାପ ମଲ୍ଲିକ, ସାମ୍ୱାଦିକ ଅକ୍ଷୟ ସେନାପତି ,କବି ପ୍ରସାଦ ମହାନ୍ତି ,ସମେତ ଉମେଶ ପାଢ଼ୀ ,ପୃଥିବୀ ରାଜ ମିଶ୍ର , ଆଶିଷ ପଟ୍ଟନାୟକ, ଦେବ ଦାସ ମହାପାତ୍ର , ମନୋରଞ୍ଜନ ପାଢ଼ୀ ,ଡ଼ାକ୍ତର ସ୍ମିତା ପତି, କମଳ କୁମାର ଦେଓରି , ଦୁର୍ଗା ଚରଣ ଶତପଥୀ , ସୁଭାଙ୍ଗି ଶୁଭଙ୍କର ସ୍ବାଇଁ ପ୍ରମୁଖ ଉକ୍ତ ଶିବିରରେ ଯୋଗଦାନ କରି ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

Exit mobile version