ଚିଲିକା ବୋଇତବନ୍ଦାଣ ମହୋତ୍ସବ ଉଦଘାଟିତ

୨୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବାଲୁଗାଁ :–> ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରା, ଐତିହ୍ୟ, ବୈଭବ ଓ ମରାଳ ମାଳିନୀ ନୀଳାମ୍ବୁ ଚିଲିକାର ସମୃଦ୍ଧିଶାଳୀ ସାଂସ୍କୃତିକ ଚେତନାକୁ ପ୍ରତିଟି ବୀର ଓଡ଼ିଆଙ୍କ ହୃଦୟରେ ଉଜ୍ଜୀବିତ କରିବା ପାଇଁ ପବିତ୍ର କାର୍ତିକ ପୁର୍ଣିମା ଅବସରରେ ବାଲୁଗାଁ ଚିଲିକା ତଟଦେଶରେ ରବିବାର ଚିଲିକା ବୋଇତବନ୍ଦାଣ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ରବିବାର ପୂର୍ବାହ୍ନରେ ମଞ୍ଚପୂଜା କରାଯାଇ ଚିଲିକା ମଧ୍ୟରେ ଥିବା ମl କାଳିଜାଇଙ୍କ ନିକଟରୁ ଜ୍ୟୋତି ଆସିଥିଲା l ପରେ ପରେ ଦିନତମାମ ବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ଦ୍ୱାର ବିଭିନ୍ନ ସଂlସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ସନ୍ଧ୍ୟାରେ ଅନୁଷ୍ଠିତ ଉଦଘାଟିନୀ ସଭାରେ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ବାଣିଜ୍ୟ ଓ ପରିବହନ ବିଭାଗ ଟୁକୁନି ସାହୁ, ମୁଖ୍ୟବକ୍ତା ଭାବେ ବିଜେଡି ମୁଖପାତ୍ର ତଥା ରାଜ୍ୟ ସଭା ସଂlସଦ ସସ୍ମିତ ପାତ୍ର, ସାଂସଦ ମାନସ ରଞ୍ଜନ ମଙ୍ଗରାଜ,ସକାଳ ଖବରକାଗଜ ପ୍ରକାଶକ ଅମିତ ମଲ୍ଲିକ,ଚିଲିକା ନିର୍ବାଚନ ମଣ୍ଡଳୀ ବିଜେଡି ପର୍ଯ୍ୟବେକ୍ଷକ ତଥା ରାଜ୍ୟ ଉପସଭାପତି ସୋମ୍ୟ ଶଙ୍କର ଚକ୍ର ପ୍ରମୁଖ ଯୋଗ ଦେଇ ଚିଲିକା ନୌବାଣିଜ୍ୟ ପରମ୍ପରା ଉପରେ ସ୍ମୃତି ଚାରଣ କରିଥିଲେ l

ଏହି ଉତ୍ସବରେ ବାଲୁଗାଁ ଏନଏସିର ଅଧ୍ୟକ୍ଷା ଓ ଚିଲିକା ବୋଇତ ବନ୍ଦାଣ ମହୋତ୍ସ ର ସଭାପତି ସୁକାନ୍ତି ପାଇକରା, , ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମନସିଂହ, ଖୋର୍ଦ୍ଧା ଜିଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ବୋଇତ ବନ୍ଦାଣ କମିଟିର ସଂଯୋଜକ କୈଳାସ ଚନ୍ଦ୍ର ମହାରଣା ଅତିଥି

ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ତଥା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ଏନଏସି ଉପାଧ୍ୟାକ୍ଷ ଭଗବାନ ପ୍ରଧାନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପ୍ରାରମ୍ଭିକ ସୂଚନା ଦେଇଥିଲେ ମସ୍ଚ୍ୟ ବ୍ୟବସାୟୀ ସଙ୍ଘର ସଭାପତି ଜୟନ୍ତ କୁମାର ସ୍ୱାଇଁ l ଶେଷରେ ବଣିକ ସଙ୍ଘର ସଭାପତି ରବି ନାରାୟଣ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ l


 

Exit mobile version