ରଣପୁର ମହୋତ୍ସବ ର ପ୍ରସ୍ତୁତି ବୈଠକରେ ଶାସକ ଦଳ ନିଜକୁ ଆୟତ୍ତ କରି ନିଜର ପ୍ରଚାର କରିବା ପାଇଁ ମହୋତ୍ସବ ଚାଲିଛି । ଜାନୁଆରୀ ୫ରେ ହେବ ରଣପୁର ମହୋତ୍ସବ.
ସାମ୍ବାଦିକ ଙ୍କୁ ଉପେକ୍ଷା
୨୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ରଣପୁର ଐହିତ, କଳା, ସାହିତ୍ୟ, ସଂସ୍କୃତି କୁ ନେଇ ହୋଇଆସୁଥିବା ରଣପୁର ମହୋତ୍ସବ ଆଗାମି ଜାନୁଆରୀ ରେ ହେବ ଜଣାଯାଇଛି । ଆସନ୍ତା ଜାନୁଆରୀ ୫ ରେ ମହୋତ୍ସବ ହେବା ବୋଲି ଜଣାପଡିଛି ।ଆଜି ଅପରାହ୍ନ ରେ ରଣପୁର ବିସିହାଇସ୍କୁଲ ରେ ଏ ସମ୍ର୍କରେ ଏକ ପ୍ରସ୍ତୁତି ବୈାଠକ ଅନୁଷ୍ଠିତ ହୋଇଥିବା ବେଳେ ସାମ୍ବାଦିକ ଓ ବିଭିନ୍ନ ଦଳ କୁ ସାମିଲ କରାଯାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।
ଖବର ନେବାରେ ଜଣାଯାଏ ରଣପୁର ର ଐତିହ,କଳା,ସାହିତ୍ୟ କୁ ନେଇ ୨୦୦୬ ମସିହା ଜାନୁାଆରୀ ୫ ତାରିଖରେ ତତକାଳିନ ରଣପୁର ସମବାୟ ମନ୍ତ୍ରୀ ତଥା ରଣପୁର ବିଧାୟିକା ସୁରମା ପାଢୀ ସ୍ଥାନୀୟ ବାଳିକା ହାଇସ୍କୃଲ ପଡିଆରେ ମହୋତ୍ସବ ଆରମ୍ଭ କରିଥିଲେ । ୧୯୩୯ ମାସିହା ଜାନୁଆରୀ ୫ ତାରିଖରେ ରଣପୁର ରେ ବ୍ରିଟିସ ପଲିଟିକାଲ ଏଜେଟଂ ବେଜେଲଗେଟ କୁ ବାଉଁଶ ଠେଙ୍ଗାରେପିଟିପିଟି ହତ୍ୟା କରାଯାଇଥିଲା ।
ଏବଂ ବେଜେଲଗେଟ ଗୁଳିରେ ଅର୍ଜୁନ ରାଉତ ଶହିଦ ହୋଇଥିଲେ । ଏହି କଥା କୁ ମନେ ପକାଇବା ପାଇଁ ୨୦୦୬ ମସିହା ଜାନୁଆରୀ ୫ ତାରିଖରେ ସ୍ଥାନୀୟ ବାଳିକା ହାଇସ୍କୃଲ ପଡିଆରେ ୩ ଦିନ ଧରି ମହୋତ୍ସବ ଆରମ୍ଭ ହୋଇଥିଲା । ୨୦୧୮ ମସିହାରେ ମହୋତ୍ସବ ଏକ ନୂତନ ରୁପରେ ଆରମ୍ଭ ହୋଇଥିଲା । ବାଳିକା ହାଇସ୍କୃଲ ପଡିଆରେ ହେଉଥିବା ମହୋତ୍ସବ ମିନିଷ୍ଟାଡିୟମ କୁ ସ୍ଥାନାନ୍ତରିତ ହୋଇଥିଲା ।
-
1. ରଣପୁର ଅର୍ଜୁନ ମହୋତ୍ସବ କାହିଁକି କରାଗଲା ବିଜେଡ଼ି ଦଳୀୟ ବୈଠକ…? ଏହାକୁ ସର୍ବଦଳୀୟ କଲେନି କାହିଁକି …?
-
2. ବିଜେପି, କଂଗ୍ରେସ, ସିପିଆଇଏମ୍ । ରାଜନୀତି ମହଲରେ ଘୋର ନିନ୍ଦା ର ବିଷୟ ପାଲଟିଛି ।
-
3. କଂଗ୍ରେସ :-> ମହୋତ୍ସବ ହଉ କିନ୍ତୁ ସର୍ବଦଳୀୟ ହଉ । ଏହାକୁ ଦଳୀୟ କରିବା ଠିକ୍ ନୁହେଁ ।
-
4. ବିଜେପି :-> ଏ ମହୋତ୍ସବ ପ୍ରଥମେ ମୁଁ କରିଥିଲି ହେଲେ ମତେ ଡକାଯାଉନାହିଁ, ଏ ମହୋତ୍ସବ ସର୍ବଦଳୀୟ କଲେ ଭଲ ହୁଅନ୍ତା ।
-
5. ସିପିଆଏମ୍ :-> ରଣପୁର ମହୋତ୍ସବ ର ପ୍ରସ୍ତୁତି ବୈଠକରେ ଶାସକ ଦଳ ନିଜକୁ ଆୟତ୍ତ କରି ନିଜର ପ୍ରଚାର କରିବା ପାଇଁ ମହୋତ୍ସବ ଚାଲିଛି । ରଣପୁର ମହୋତ୍ସବ ଯେହେତୁ ରଣପୁର ର ଲୋକଗୀତ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସକଳ କ୍ଷେତ୍ରର ଜନସାଧାରଣ କୁ ନେଇ ହେବା ଦରକାର
