ଜଂକିଆ ରାମକୃଷ୍ଣ ଶିକ୍ଷା କେନ୍ଦ୍ର ସ୍କୁଲରେ ବିଜ୍ଞାନ ମେଳା

୨୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିରାକାରପୁର :-> ଖୋରଧା ଜିଲ୍ଲା ଜଂକିଆ ରାମକୃଷ୍ଣ ଶିକ୍ଷା କେନ୍ଦ୍ର ସ୍କୁଲରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବସନ୍ତ କୁମାର ସ୍ବାଇଁ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ସଭାପତି ବାଞ୍ଛାନିଧି ବେହେରା,

ସମ୍ପାଦକ ସର୍ବେଶ୍ଵର ସାହୁ, ପ୍ରଧାନଶିକ୍ଷକ ସୌରଭ ସ୍ନିଗଧ ଜେନା ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରଦର୍ଶିତ ବିଭିନ୍ନ ପ୍ରକଳ୍ପକୁ ବୁଲି ଦେଖିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ। ଉଦଯାପନୀ ଉତ୍ସବରେ ଅତିଥିମାନେ ବିଜ୍ଞାନ ମେଳା ରେ କୃତୀ ପ୍ରତିଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସମୁଦାୟ ୩୦ ଟି ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା।

Exit mobile version