‘ଆମ ଓଡିଶା ନବୀନ ଓଡିଶା’ ଯୋଜନାର ଅନୁଦାନ ଫଳକ ଉନ୍ମୋଚିତ

ମଖ୍ୟମନ୍ତୀ ଏବଂ  ‘ଆମ ଓଡିଶା ନବୀନ ଓଡିଶା’ ଅଧ୍ୟକ୍ଷଙ୍କୁ କୃତଜ୍ଞତା

୨୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ନୁଆଗଡ ବ୍ଳକ ଅନ୍ତର୍ଗତ ପି. ଅନ୍ତଡା ଗ୍ରାମ ପଞ୍ଚାୟତ ଅଧ୍ୟନ ପାରଡୋଲ ଗ୍ରାମ ଠାରେ ରାଜ୍ୟ ସରକାରଙ୍କ ` ଆମ ଓଡିଶା ନବୀନ ଓଡିଶା ‘ ଯୋଜନା ମାଧ୍ୟମରେ ଅନୁଦାନ ରାଶି ପାଇଥିବାରୁ ସେହି କାର୍ଯ୍ୟର ଅନୁଦାନ ଫଳକ ଉନ୍ମୋଚନ କରାଯିବ ସହ ମୁଖ୍ୟମନ୍ତୀ ଏବଂ ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷଙ୍କୁ କୃତଜ୍ଞାତା ଜଣାଇବା ଉଦ୍ଦେଶ୍ୟରେ ଧନ୍ୟବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଜୁ ଜନତା ଦଳର ଏସଡିସି ମେମ୍ବର ଏବଂ ଜିଲ୍ଲା ଉପସଭାପତି ଜେମେସ ରାଇକା, ଜିଲ୍ଲା ସହ ଜକ୍ଷୀୟ ମଣ୍ଡଳ, ସାଂସଦ ପ୍ରତିନିଧି ରିଙ୍କୁ ପାଣି ସମେତ ବିଜେଡିର କର୍ମମାନେ ଯୋଗଦେଇଥିଲେ ।

ପ୍ରଥମ ଅତିଥିଗଣ ଏବଂ ସ୍ଥାନୀୟ ପଦାଧିକାରୀମାନଙ୍କ ଉପସ୍ଥିତିରେ ଅନୁଦାନ ଫଂଳକ ଗୁଡିକ ଉନ୍ମୋଚନ କରାଯାଇଥିଲା । ତପରେ ଧନ୍ୟବାଦ୍ ଅନୁଷ୍ଠିତ ହୋଇଥିଲା । ସେଥିରେ ପ୍ରଥମେ ଅତିଥିମାନଙ୍କୁ ପୁଷ୍ପଗଛ ଏବଂ ଉପଢୌଙ୍କନ ଦେଇ ସମ୍ବଦ୍ଧନା କରିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସ୍ବଛ ଶାସନ ବିଷୟରେ ବକ୍ତବ୍ୟ ରଖିଥିଲେ । ଅତିଥିଗଣ । ଆମ ଓଡିଶା ନବୀନ ଓଡିଶା ଯୋଜନା ମାଧ୍ୟମରେ ଗ୍ରାମର ଦୁଇଟି ଚଚ୍ଚ ଗୃହ ଯଥା ବାପଟିଷ୍ଟ ଚଚ୍ଚ ୬ଲକ୍ଷ ଟଙ୍କା ଚର୍ଛମାନଙ୍କର ଉନ୍ନତି କରଣ ପାଇଁ ଅନୁଦାନ ରାଶି ଦିଆଯାଇଥିବାରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜଣାଇଛନ୍ତି ଗ୍ରାମବାସୀ ।

ଏହି କାର୍ଯ୍ୟକ୍ରମକୁ ବିଜେଡିର କର୍ମୀ କ୍ରୀଷ୍ପ ନାୟକ ଏବଂ ସୂର୍ଯ୍ୟପରାଗ ଛିଞ୍ଚାଣୀ ପରିଚାଳନା କରିଥିବା ବେଳେ କର୍ମୀମାନେ ତାଙ୍କୁ ସହଯୋଗ କରିଥିଲେ ଗ୍ରାମର ଏଲିଆଯର ରଇତ,ମାର୍ଦୁ ବଡ ରଇତ । ସେହିଭଳି ଉକାର ସିଂ ଗ୍ରାମର ଚଚ୍ଚ ଘର ଉନ୍ନତିକରଣ ନିମନ୍ତେ ୫ଲକ୍ଷ ଟଙ୍କା ଅନୁଦାନ ରାଶି ପାଇଥିବାରୁ ସେଠାକାର ଅନୁଦାନ ଫଳକ ଉନ୍ମୋଚନ କରିବା ସହ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ ଗ୍ରାମବାସୀ ।

Exit mobile version