ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି

୨୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା :-> ବିଜେଡି ରାଜ୍ୟ ମହିଳା ଉପସଭାନେତ୍ରୀ ବାସନ୍ତୀ ମହାପାତ୍ରଙ୍କ ନେତୃତ୍ବରେ ଆଜି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ଟାଙ୍ଗୀ ବ୍ଲକ ର ତିନୋଟି ପଂଚାୟତ ରେ ଘରେଘରେ ଶଙ୍ଖ କାର୍ଯ୍ୟକ୍ରମ ଜରିଆରେ ଲୋକଙ୍କ ପାଖକୁ ଯାଇଛନ୍ତି । ଏହି ଅବସରରେ ମହିଳା, ଯୁବ, ଛାତ୍ର ବିଜେଡିର ଶତାଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ ।

ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଜୟମାଙ୍ଗଳପୁର ରୁ ବାହାରି କୁହୁଡି, ରତନପୁର ଓ କୁଞ୍ଜୁରୀ ପଂଚାୟତ ର ସମସ୍ତ ଗ୍ରାମରେ ଲୋକଙ୍କ ସମସ୍ୟା ବୁଝିଛନ୍ତି । ଆଗାମୀ ଦିନରେ ନବୀନ ପଟ୍ଟନାୟକ ଏହିସବୁ ସମସ୍ୟାର ସମାଧାନ କରିବେ ବୋଲି ରାଜ୍ୟ ମହିଳା ଉପସଭାନେତ୍ରୀ କହିଛନ୍ତି.

Exit mobile version