ଝାଡପଡା ରେ ବରିଷ୍ଠ ନାଗରିକ କଲ୍ୟାଣ ପରିଷଦ ଗଠନ   

୨୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ନୟାଗଡ଼ ଜିଲ୍ଲା ରଣପୂର ବ୍ଲକର ଝାଡପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଝାଡପଡା, ବୋକା ଖାଇ ଓ କାଂଚନପୁର ଗ୍ରାମର ଶତାଧିକ ବରିଷ୍ଠ ନାଗରିକ ତା୨୬।୧୧। ୨୦୨୩ରିଖ ଦିବା ଘ୧୧ଟିକା ସମୟରେ ମା ଦୂର୍ଗା ଦେବୀ ମଣ୍ଡପ ନିକଟରେ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ରାଉତଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରିଥିଲେ  ।

ଉକ୍ତ ସଭାରେ ରାଜ୍ଯ ବରିଷ୍ଠ ନାଗରିକ ସଂଘର zonal secretary ତଥା ରଣପୁର ବ୍ଳକ ସଂଗଠନର ସଂପାଦକ ଶ୍ରୀଯୁକ୍ତ ବସନ୍ତ କୁମାର ବାରିକ ମହୋଦୟ ଉପସ୍ଥିତ ରହି ନିଜ ଅଭିଭାଷଣ ମାଧ୍ୟମରେ ବୟୋବୃଦ୍ଧ ମାନଂକର ବିଭିନ୍ନ ସାମାଜିକ ସମସ୍ଯା ସ୍ବାସ୍ଥ୍ଯ ସମସ୍ଯା ପାରିବାରିକ ସମସ୍ଯା ର ଆଲୋକପାତ କରି ଏକ ସଂଘ  ଗଠନ ସଂପର୍କ ରେ  କହିଥିଲେ  ।

ଆଲୋଚନା ମାଧ୍ୟମରେ  ସର୍ବସମ୍ମତିକ୍ରମେ ବରିଷ୍ଠ ନାଗରିକ କଲ୍ୟାଣ ପରିଷଦ ନାମରେ ଏକ ସଂଘ ଗଠନ ନିମଂତେ ସ୍ଥିର କରାଗଲା  । ଏହାର ପରିଚାଳନା ପାଇଁ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଭାସ୍କର ଚଂଦ୍ର ପ୍ରଧାନ (ସଭାପତି), ମାଧବ ଚଂଦ୍ର ରାଉତ (ସଂପାଦକ) ଓ ପ୍ରଫୁଲ୍ଲ କୁମାର ଭଟ୍ଟ, ବୋକା ଖାଇ(କୋଷାଧ୍ୟକ୍ଷ) ରୂପେ ନିର୍ବାଚିତ ହୋଇଥିଲେ।

ଏହି ସଭାରେ  ରାଜ୍ଯ ଓ ଜିଲ୍ଲା ର ବରିଷ୍ଠ ନାଗରିକ ସଂଗଠନର କର୍ମକର୍ତ୍ତା ବସନ୍ତ କୁମାର ବାରିକ ମହୋଦୟ ଙ୍କ ସହାୟତା ରେ ରାଜ୍ଯ ସରକାର ଜିଲ୍ଲା  ପ୍ରଶାସନ ର ଅବଗତି  ତଥା ସଂଗଠନ ର ପଞ୍ଜିକରଣ  ଆଦି କାର୍ଯ୍ୟ ସଂପାଦନ  କରିବା ପାଇଁ ସଭାପତି ଓ ସମ୍ପାଦକ ଙ୍କୁ ଦାୟିତ୍ୱ  ଦିଆଗଲା । 

Exit mobile version