ଡାହାଳିଆବାଗ ହରପାର୍ବତୀ ପୂଜା କମିଟି ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

୨୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ର ଡାହାଳିଆବାଗ ହରପାର୍ବତୀ ପୂଜା କମିଟି ପକ୍ଷରୁ , ରବିବାର ଦିନ ନୀଳକଣ୍ଠେଶ୍ୱର କମ୍ୟୁନିଟି ହଲଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର , କଟକ ନଗର ମହିଳା ବିଜୁ ଜନତା ଦଳର ସଂପାଦିକା ଶୀବାନି ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଗୋପାଳପୁର ଠାରୁ ଫୁଲନଖରା ପର୍ଯ୍ୟନ୍ତ ଶତାଧିକ ବ୍ୟକ୍ତି ମାଗଣାରେ ନିଜର ଚକ୍ଷୁ ପରୀକ୍ଷା କରି ଚଷମା ନେଇଥିଲେ ।

କଟକ ସିଡ଼ିଏ ଅଞ୍ଚଳରେ ଥିବା ଜେପିଏମ ରୋଟାରୀ କ୍ଲବ ଚକ୍ଷୁ ଚିକିତ୍ସା ପ୍ରତିଷ୍ଠାର କର୍ମଚାରୀ ମାନେ,ଆସିଥିବା ଜନସାଧାରଣଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର କୌଶିକ୍ ଜେନା ଅଧ୍ୟକ୍ଷତା କରିଥିଲେ । ପ୍ରଭାତ କୁମାର ନନ୍ଦ , ଧର୍ମଗୁରୁ ବାବା ବିଶ୍ୱନାଥ ଦାସ , ୫୭ ନମ୍ବର ୱ।ର୍ଡ଼ର କର୍ପୋରେଟର ପୂର୍ଣ୍ଣିମା ସ୍ୱାଇଁ , କୁମାର ମହାନ୍ତି, ୱ।ର୍ଡ଼ ବିଜେଡି ସଭାପତି ବିକ୍ରମ ଶତପଥୀ,

ହରପାର୍ବତୀ ପୂଜା କମିଟିର ସଭାପତି ଆଡ଼ଭୋକେଟ ବଦ୍ରି ନାରାୟଣ ମହାପାତ୍ର , କଟକ ନଗର ବିଜେଡି ସଂପାଦକ ସୁଶାନ୍ତ କୁମାର ମହାନ୍ତି, ଆଡ଼ଭୋକେଟ ନଳୀନ ସେନାପତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କହିଲେ ଯେ , ଡାହାଳିଆବାଗ ହରପାର୍ବତୀ ପୂଜା କମିଟି ଆଧ୍ୟାତ୍ମିକ ଠାରୁ ସାମାଜିକ କାର୍ଯ୍ୟ କରି ସିଏମସି ଅଞ୍ଚଳରେ ବହୁ ଆଗରେ ରହିଛି । ମାନସେବା ହିଁ ମାଧବ ସେବା ଏହି ପରିପ୍ରେକ୍ଷୀରେ ଉକ୍ତ ଅନୁଷ୍ଠାନର କର୍ମକର୍ତ୍ତା ମାନେ

ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେଵା ଯୋଗାଇ ଦେବା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ରଘୁ ପ୍ରସାଦ ଶତପଥୀ, ପ୍ରହଲ୍ଲାଦ କର , ରବିନ୍ଦ୍ର ସ୍ୱାଇଁ, ନିରଞ୍ଜନ ନାୟକ, ପାଇକସାହି ଗ୍ରାମ କମିଟିର ସଭାପତି ଦିଲୀପ କୁମାର ସ୍ୱାଇଁ, ପୁଲିନ ମହାପାତ୍ର , ତପନ ଦାସ, ପ୍ରମୁଖ ସମସ୍ତ ସଦସ୍ୟ ଚକ୍ଷୁ ଚିକିତ୍ସା ଶିବିର ପରିଚାଳନା କରିବାରେ ସହଯୋଗ କରିଥିଲେ ।

Exit mobile version