୨୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଯୋଡା :- ଆସନ୍ତା ୨୯-୧୧-୨୦୨୩ରିଖରେ ଯୋଡା ପୌରପରିଷଦର ୮ନଂ ୱର୍ଡରେ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ବିଜୁ ଜନତା ଦଳର କାଉଁସିଲର ପ୍ରାର୍ଥୀ ଶୁଭମ ନାଏକଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ଚମ୍ପୁଆ ବିଧାୟିକା ଶ୍ରୀମତି ମିନାକ୍ଷୀ ମହାନ୍ତ ।
ତାଙ୍କ ସହିତ ଯୋଡ଼ା ପୌରାଧ୍ୟକ୍ଷ ଡ.ଜଗଦୀଶ ପ୍ରସାଦ ସାହୁ,ଉପାଧ୍ୟକ୍ଷା ସନ୍ଧ୍ୟାରାଣୀ ପାତ୍ର ଏବଂ ସମସ୍ତ କାଉଁସିଲର ମାନଙ୍କ ସମେତ ଯୋଡା ବିଜୁ ଜନତା ଦଳର ସମସ୍ତ କର୍ମୀ ଏକତ୍ରିତ ହୋଇ ଘରକୁ ଘର ଯାଇ ପ୍ରଚାର କରିବାର ଦେଖିବାକୁ ମିଳିଥିଲା ।
