ବିଶୋଇ ବ୍ଳକ୍ ଫାଠକରେ ତାଲା ପକାଇଲେ ଗ୍ରାମବାସୀ : ରାସ୍ତା,ଆଲୁଅ,ପାନୀୟ ଜଳ ସମସ୍ୟା ନେଇ  

୨୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମୟୂରଭଞ୍ଜ ଜିଲ୍ଲା ଵଣ ପାହାଡ଼ , ଜଙ୍ଗଲ,ନଦୀ ,ନାଳ ଘେରା ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ସ୍ବାଧୀନତାର ଦିର୍ଘ ୭୫ବର୍ଷ ପରେ ମଧ୍ୟ ଏବେ ବି ବହୁ ଗ୍ରାମ ମଣିଷର ମୌଳିକ ସୁବିଧାରୁ ବଞିତ ହୋଇଥିବା ଦେଖିବାକୁ ମିଳିଛି।ଏବେ ବହୁ ଅଂଚଳକୁ ରାସ୍ତା ,ଆଲୁଅ,ପାନୀୟ ଜଳ, ଶିକ୍ଷା, ସ୍ଵାସ୍ଥ୍ୟ ଅପହଞ୍ଚ । ଯେଉଁଠି ନିରିହ ଆଦିବାସୀ ମାନେ ଦୁଃଖ କଷ୍ଟରେ କାଳାତିପାତ କରୁଛନ୍ତି । ବିଶୋଇ ବ୍ଲକ ଅନ୍ତର୍ଗତ ଖଡମବେଡା ଗ୍ରାମ ପଞ୍ଚାୟତ ଅଧୀନ ହାତିଛାଡ ,

ହେନ୍ଦେଦା ,ବୁରୁଡି ଆଦି ଗ୍ରାମରେ ଏପର୍ଯ୍ୟନ୍ତ ପିଇବା ପାଣି, ବିଜୁଳି, ରାସ୍ତା ଓ ଶିକ୍ଷା ଠାରୁ ବଞ୍ଚିତ ହୋଇଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଦିର୍ଘ ଦିନରୁ ଜନ ପ୍ରତିନିଧି ,ପଞ୍ଚାୟତ,ବ୍ଳକ ପ୍ରଶାସନ, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୈାଣସି ସୁଫଳ ମିଳୁନାହିଁ ।ଭୋଟ ସମୟରେ ରାଜନେତା ମାନେ ସେଠାକାର ଲୋକଙ୍କୁ ମିଠା ମିଠା କଥା କହି ସବୁଜିମା କାଗଜ ଖଣ୍ଡେ ଧରାଇ ଦେଇ ଭୋଟ ହାତେଇ ଖସି ଯାଆନ୍ତି ।ବ୍ଳକ ପ୍ରଶାସନ ତ ତଦୃପ ।ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଥିବା।ର ଅସନ୍ତୋଷ ପ୍ରକାଶ ପାଇଛି ।

ସେହି ଅସନ୍ତୋଷର ଫଳକୁ ନେଇ ଗ୍ରାମବାସୀ ଓ ତାହା ଆର୍ମୀ ସଦସ୍ୟମାନେ ଶୁକ୍ରବାର ଦିନ ସକାଳ ୧୦ ଟା ବେଳେ ବ୍ଳକ କାର୍ଯ୍ୟାଳୟକୁ ଯାଇ ତାଲା ମାରି ବ୍ଳକ ସମ୍ମୁଖରେ ଗରା,ବାଲ୍ଟି,ଲଣ୍ଠନ ରଖି ପ୍ରତିବାଦ କରିଥିଲେ । ସେମାନେ ଅସନ୍ତୋଷ ଓ କ୍ଷୋଭର ସହ ଗଣମାଧ୍ୟମକୁ କହିଥିଲେ ସେମାନଙ୍କ ସମସ୍ୟା ସମାଧାନ ପ୍ରତି ଯଦି ପ୍ରଶାସନ ଶିଘ୍ର ସମାଧାନ ନ କରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ସେମାନେ ଭୋଟ ବର୍ଜନ କରିବେ ଏବଂ ସେଥିପାଇଁ ପ୍ରଶାସନ ଦାୟୀ ରହିବେ । ବାକି ରହିଲା ସରପଞ୍ଚ, ସମିତି ସଭ୍ୟ,ବ୍ଳକ ଅଧ୍ୟକ୍ଷା, ବିଧାୟକ,ଲୋକସଭା ସାଂସଦ,ଏସଡିସି, ରାଜ୍ୟସଭା ସାଂସଦ,ନବ ନିଯୁକ୍ତ ବିଡ଼ିଓ ସେମାନଙ୍କ ସମସ୍ୟା ସମାଧାନ ପାଇଁ କେତେ ଗୁରୁତ୍ଵ ଦେଉଛନ୍ତି ତାହା ଦେଖିବାକୁ ଯାଉଅଛି ।

Exit mobile version