
୨୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ପିତଳ ଗ୍ରାମରେ ଶୁକ୍ରବାର ଜଣେ ମହିଳାଙ୍କ ବିଷକ୍ରିୟାରେ ମୃତ୍ୟୁ ଘଟିଛି। ମୃତା ମହିଳା ଜଣଙ୍କ ହେଲେ ସୁନିତା ସାହୁ (୨୮) । ବିଷପାନ କରି ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ମୃତ ମହିଳାଙ୍କ ସ୍ବାମୀ ପବିତ୍ର ସାହୁ ପୁଲିସକୁ କହଇ । ଘଟଣା ନେଇ ଶଶୁର ଘର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଶୁକ୍ରବାର ଗୁରୁତର ଅବସ୍ଥାରେ ମହିଳାଙ୍କୁ ଶଶୁର ଘର ଲୋକେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

