Home ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଓ ଯୁଗ୍ମ ସଚିବଙ୍କ ହିଞ୍ଜିଳି ଗସ୍ତ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ଶନିବାର ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ତଥା ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ବିଭାଗୀୟ ପ୍ରମୁଖ ସଚିବ ଆର. ଭୀନିଲ କ୍ରୀଷ୍ଣା ଓ ସ୍ୱତନ୍ତ୍ର ଯୁଗ୍ମ ସଚିବ ଶୁଭ୍ରାଂଶୁ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତ କରି ନିର୍ମାଣଧିନ ଉନ୍ନୟନ ପ୍ରକଳ୍ପ ଗୁଡିକୁ ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି । ପ୍ରଥମେ ହିଞ୍ଜିଳିକାଟୁ ଗସ୍ତ କରି ବ୍ଳକର ଗଣ୍ଡଳା ପଞ୍ଚାୟତରେ ପହଞ୍ଚି ବେଲେଶ୍ୱର ସ୍ୱାତକ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପହଞ୍ଚି ମହାବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟ ବୁଲି ଦେଖିଥିଲେ । ଗଣ୍ଡଳା କାର୍ଯ୍ୟକ୍ରମ ସାରି ଶାସନଆମ୍ବଗାଁ ପଞ୍ଚାୟତର ବାଦିଆମ୍ବଗାଁ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ଶ୍ରେଣୀକକ୍ଷ ବୁଲି ଦେଖିବା ସହ ଶିକ୍ଷାଦାନ ସର୍ମ୍ପକରେ ଶିକ୍ଷାର୍ଥୀ ଓ ଶିକ୍ଷକ , ଶିକ୍ଷୟତ୍ରୀ ମାନଙ୍କ ସହ ଆଲୋଚନା କରିବା ସହ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକୁ ବୁଲି ଦେଖିଥିଲେ । ସେଠାରୁ କଞ୍ଚୁରୁ ପଞ୍ଚାୟତର ଶରଧାପୁର ଗ୍ରାମରେ ପହଞ୍ଚି କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ନିର୍ମାଣଧୀନ ବାବୁଲା ବନ୍ଧ କାର୍ଯ୍ୟ ବୁଲି ଦେଖିଥିଲେ । ସେଠାରୁ ପୋଚିଲିମା ପଞ୍ଚାୟତର ଖାମ୍ବେୟାଦୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପହଞ୍ଚି ରୂପାନ୍ତରିତ ବିଦ୍ୟାଳୟ କୋଠା ଓ ଶ୍ରେଣୀଗୃହ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ଶିକ୍ଷାଦାନ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସମ୍ପର୍କରେ ଶିକ୍ଷାର୍ଥୀ ଓ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ହିଞ୍ଜିଳିକାଟୁ ପୌରାଞ୍ଚଳ ଅଭିମୁଖେ ଯାତ୍ରା କରିଥିଲେ । ସ୍ଥାନୀୟ ପୌରାଞ୍ଚଳରେ ପହଞ୍ଚି ସ୍ଥାନୀୟ ସ୍ୱଂୟଶାସିତ ବିଜ୍ଞାନ ମହାବିଦ୍ୟାଳୟରେ ନିର୍ମାଣଧିନ କୋଠା ବୁଲି ଦେଖିବା ସହ ନିର୍ମାଣ ହେବାକୁ ଥିବା ଛାତ୍ରାବାସ ସକାଶେ ଜମି ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ କରିବା ସହ ପାଠାଗାରା ବୁଲି ଦେଖିଥିଲେ । ଶିକ୍ଷାଦାନ ସର୍ମ୍ପକରେ ଶିକ୍ଷାର୍ଥୀ ମାନଙ୍କ ସହ ଆଲୋଚନା କରିବା ସହ ଚଳିତ ବର୍ଷ ମହାଆଡମ୍ବର ସହକାରେ ବାର୍ଷିକତ୍ସୋବ ପାଳନ କରିବା ପାଇଁ ଶିକ୍ଷାର୍ଥୀ ମାନେ ସ୍ୱତନ୍ତ୍ର ସଚିବଙ୍କୁ ଅନୁରୋଧ କରିଥିଲେ । ମହାବିଦ୍ୟାଳୟ କୋଠା ନିର୍ମାଣ, ଅତ୍ୟାଧୁନିକ ଶିକ୍ଷାଦାନ ସର୍ମ୍ପକରେ ଅଧ୍ୟାପିକା ଡଃ. ସମ୍ପର୍ଣ୍ଣା ରାଣୀ ଦାଶଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ସ୍ଥାନୀୟ ପୌରାଞ୍ଚଳ ଆଙ୍କୋରଡା ଗ୍ରାମରେ ପହଞ୍ଚି ଗତ ୬ ଦିନ ଧରି ଚାଲିଥିବା ମା ମହରୀକାଳୁଆ ଯାତ୍ରାତ୍ସୋବ ବୁଲି ଦେଖିବା ସହ ମା’ଙ୍କ ଦର୍ଶନ ଓ ଆଶିଷ ଭିକ୍ଷା କରି ସେଠାରୁ ଫେରି ପୌରାଞ୍ଚଳ ବଇଁଚବଣିଆ ପୂର୍ତ୍ତ ବିଭାଗ ଡାକ ବଙ୍ଗଳରେ ମଧ୍ୟାନ୍ନଭୋଜନ ସାରି ପୌର ପରିଷଦର ବହୁ ଜନପ୍ରତିନିଧି ମାନଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରି ଶେରଗଡ ଅଭିମୁଖେ ଯାତ୍ରା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଓ ଯୁଗ୍ମ ସଚିବଙ୍କ ଗସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କିର୍ତ୍ତିଭାସନ, ମୁଖ୍ୟମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ବିନାୟକ ପଟେଲ, ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ବିଡିଓ ସୁବ୍ରତ କୁମାର ଜେନା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ଗ୍ରୀଟ୍ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ଜଳସମ୍ପଦ ବିଭାଗ ସହକାରୀ ମୁଖ୍ୟ ଯନ୍ତ୍ରୀ ଇଂ. ସଞ୍ଜିବ ଦାଶଶର୍ମା , ଅଧିକ୍ଷଣ ଯନ୍ତ୍ରୀ ଜୟଦୀପ ପଣ୍ଡା, କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀ କାନ୍ତ ତ୍ରିପାଠୀ, ଉଠାଜଳସେଚନ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଶିବରାମ ପଣ୍ଡା, ଆଇଆଇସି ଶ୍ରୀନିବାସ ସେଠି, ଯୁବ ବିଜେଡି ସଭାପତି ସଞ୍ଜୟ ପଣ୍ଡାଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ, ବହୁ ସରପଞ୍ଚ, ସମିତିସଭ୍ୟ ଓ କାଉନସିଲର ବୃନ୍ଦ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ଅସୁସ୍ଥ : ଏକ ସପ୍ତାହ ପାଇଁ ବିଶ୍ରାମ ନେବାକୁ ପରାମର୍ଶ by Proprietor Abhimanyu Maharana September 26, 2026 କନ୍ଧମାଳରେ ‘ସମୃଦ୍ଧ’ ସମବାୟ ସଦସ୍ୟତା ମହାଅଭିଯାନ by Proprietor Abhimanyu Maharana September 26, 2026 ପଣ୍ଡିତ ଦିନ ଦୟାଳୁ ଉପାଧ୍ୟାୟଙ୍କ ଜନ୍ମଦିନ କାର୍ଯକ୍ରମ by Proprietor Abhimanyu Maharana September 26, 2026 ପୁରୀ ସାତପଡା ରାସ୍ତାର ମଙ୍ଗଳାଘାଟ ରାସ୍ତାରେ ଆଣ୍ଠୁଏ ପାଣି by Proprietor Abhimanyu Maharana September 26, 2026 ଭଲମଣିଷଙ୍କ ମୁଣ୍ଡ ଉପରୁ ଛତା ଭଙ୍ଗିଗଲା by Proprietor Abhimanyu Maharana September 26, 2026 ପ୍ରତ୍ୟେକ ପରିବାର ସହ ସମବାୟ ସମ୍ବନ୍ଧ ଯୋଡିବାକୁ ସାଂସଦ ଙ୍କ ପରାମର୍ଶ by Proprietor Abhimanyu Maharana September 26, 2026