୨୬ ଦିନ ଆଗରୁ ସରିଗଲା ଶୀତ ଅଧିବେଶନ : ୪ଦିନର ଶୀତ ଅଧିବେସନ – ଦୁଇ ଦିନ ହଟ୍ଟଗୋଳ ଥିଲା

୪ଦିନର ଶୀତ ଅଧିବେସନ ମଧ୍ୟରେ ଦୁଇ ଦିନ ହଟ୍ଟଗୋଳ                    ଥିଲା

ଚଳିତ ଅଧିବେଶନର ୩୦ଟି କାର୍ଯ୍ୟ ଦିବସ ରହିଥିବା ବେଳେ ୨୬ ଟି କାର୍ଯ୍ୟ ଦିବସ ବାକି ଥାଇ ଗୃହକୁ ମୂଲତବୀ କରିଦିଆଯିବା ଘଟଣାକୁ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହା ଦୁର୍ଭାଗ୍ୟ ବୋଲି କହିଛନ୍ତି ।

 ୨୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ୪ ଦିନରେ ସରିଗଲା ବିଧାନସଭାର ଶୀତ ଅଧିବେସନ। ଗତ ୨୧ ତାରିଖରୁ ଆରମ୍ଭ ହୋଇ ଆଜି ୨୪ ନଭେମ୍ବର ୨୦୨୩ ଶୁକ୍ରବାର ଶେଷ ହୋଇଛି ଶୀତଅଧିବେସନ । ୨୬ ଦିନ ପୂର୍ବରୁ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ଶୀତ ଅଧିବେଶନ ଆସନ୍ତା ଡିସେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଯଥେଷ୍ଟ ପୂର୍ବରୁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

୪ଦିନର ଶୀତ ଅଧିବେସନ ମଧ୍ୟରେ ଦୁଇ ଦିନ ହଟ୍ଟଗୋଳ ଥିଲା । ଦୁଇ ଦିନ କାଳ ବିରୋଧୀ ବିଜେପି ଓ କଂଗ୍ରେସ ଜୋରଦାର ହୋ ହଲ୍ଲା କରିଥିଲେ । ଆଦିବାସୀ ଜମି ବିକ୍ରୟ ନିୟମକୁ ନେଇ ବିରୋଧି ଗୃହର ମଧ୍ୟଭାଗକୁ ଆସି ଜୋରଦାର ହୋ ହଲ୍ଲା କରିଥିଲେ । ଫଳରେ ବାଚସ୍ପତି ଗୃହକୁ ମୂଲତବୀ କରିଦେଇଥିଲେ ।

ଆଜି ଅଧିବେଶନର ଚତୁର୍ଥ ଦିବସ ଶୁକ୍ରବାର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବାକୁ ମୋସନ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି । ଯାହାକୁ କି ସମର୍ଥନ ଜଣାଇଥିଲେ ବିଜେଡି ବିଧାୟକ ଶଶୀଭୂଷଣ ବେହେରା ଓ ଭୁପିନ୍ଦର ସିଂ।

ତେବେ ଆଗୁଆ ବିଧାନସଭା ବନ୍ଦ କରାଯିବା ନିଷ୍ପତ୍ତିକୁ ବିରୋଧ କରି ବିଜେପି ଓ କଂଗ୍ରେସର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ତେବେ ଏହି ୪ ଦିନ ମଧ୍ୟରେ ଗୋଟିଏ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଥିବା ବେଳେ ଦୁଇ ଦିନ ଧରି ଆଦିବାସୀ ଜମି ହସ୍ତାନ୍ତର ଆଇନକୁ ନେଇ ପ୍ରବଳ ହୋ ହଲ୍ଲା ହୋଇଥିଲା ।

ଯାହାପରେ ବିଧାନସଭାକୁ ଆଜି ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଦିଆଯାଇଛି । ସୂଚନାଯୋଗ୍ୟ ଚଳିତ ଅଧିବେଶନର ମୋଟ ୩୦ଟି କାର୍ଯ୍ୟ ଦିବସ ରହିଥିବା ବେଳେ ୨୬ ଟି କାର୍ଯ୍ୟ ଦିବସ ବାକି ଥାଇ ଗୃହକୁ ମୂଲତବୀ କରିଦିଆଯିବା ଘଟଣାକୁ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହା ଦୁର୍ଭାଗ୍ୟ ବୋଲି କହିଛନ୍ତି ।

Exit mobile version