ଵିଜାତଳା ବ୍ଳକର ଭାରତୀୟ ଜନତା ପାର୍ଟି ତରପରୁ ଦୁର୍ନୀତି ବିରୋଧୀ ସମାବେଶ ଓ ଶୋଭାଯାତ୍ରା ସଭା

୨୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ଦୁର୍ନୀତିଗ୍ରସ୍ତ ଭ୍ରଷ୍ଟାଚାରକୁ ସରକାର ବିରୋଧରେ ବିଜାତଳା ବ୍ଳକ ବିଜେପି ପକ୍ଷରୁ ଆଜି ଜନ ଆକ୍ରୋଶ ସମାବେଶ ଏବଂ ବ୍ଳକ ଘେରାଉ କାର୍ଯ୍ୟକ୍ରମ ଜିଲ୍ଲା ବିଜେପି ସଂପାଦକ ସରୋଜ ମହାନ୍ତଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି ।ପ୍ରାରମ୍ଭରେ ବିଜାତଳା ଚୂନସାହିରୁ ବହୁ ସଂଖ୍ୟାରେ ବିଜେପି କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଵିଜାତଳା ବଜାର ପରିକ୍ରମା କରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲେ ।

ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ସଂଜିବ ମହାନ୍ତି, ମୟୂରଭଞ୍ଜ ଜିଲ୍ଲାର ବରିଷ୍ଠ ବିଜେପି ନେତା କବି ବିଷ୍ଣୁ ଶତପଥୀଯୋଗ ଦେଇଥିବା ବେଳେ ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଜୁରୀଲାଲମହାନ୍ତ,ପ୍ରାକ୍ତନ ଜିଲ୍ଲା ପରିଷଦ ସଦସ୍ୟ ବିମାନ ମାଝୀ,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅମଦ ମହାନ୍ତ, ସାଂସଦ ପ୍ରତିନିଧି କଉତଉଲଉ ହାଁସଦା,

ବିଜାତଳା ବ୍ଲକ ବିଜେପି ମଣ୍ଡଳ ସଭାପତି ମକରଧ୍ବଜ ବେହେରା,ଖନ୍ତ ମଣ୍ଡଳ ସଭାପତି ଧୀରେନ୍ଦ୍ର ମହାନ୍ତ,, ଆଦି ନେତୃବୃନ୍ଦ ଯୋଗ ଦେଇଥିଲେ । ନେତୃବୃନ୍ଦ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ଉପରେ ବର୍ଷିଥିଲେ । କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡ଼ପ କରି ରାଜ୍ୟ ସରକାର ନିଜର ମୋହର ମାରି ଲୋକଙ୍କ ଭକୁଆ ବନାଉଥିବା କହିଛନ୍ତି।

ସେମାନଙ୍କ ମୁଖ୍ୟ ଦାବି ଥିଲା ‌ଵାଦ ପଡ଼ିଥିବା ହିତାଧିକାରୀଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଗାଇଦେବା,ଆମ ଓଡ଼ିଶା ନବୀନ ଓଡ଼ିଶା ନାଁ ରେ ଖର୍ଚ୍ଚ ହେଉଥିବା ଟଙ୍କା ପଞ୍ଚାୟତ ମାଧ୍ୟମରେ କରାଯିବା,୫ ଟି ନାଁ ରେ ହେଉଥିବା କୋଟି କୋଟି ଟଙ୍କାର ହରିଲୁଟ ହେଉଥିବା ପ୍ରକାଶ କରିଥିଲେ।

Exit mobile version