ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଯାପିତ

୨୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କୋରାଇ :->  ବ୍ୟାସନଗର ସ୍ଥିତ ଇନ୍ଦିରା ଗାନ୍ଧୀ ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମର ସାଂସ୍କୃତିକ କାର୍ଯ୍ୟକ୍ରମ ଆଜି ଉଦ୍‌ଯାପିତ ହୋଇଛି । ଉଦ୍‌ଯାପନୀ ଦିବସ ଅବସରରେ ପ୍ରଥମେ ପ୍ରାରମ୍ପାରିକ ଖାଦ୍ୟ ପ୍ରଦର୍ଶନୀ ପରେ ଚିତ୍ରାଙ୍କନ, ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା,

ପାରମ୍ପାରିକ ପୋଷାକ ପଦର୍ଶନୀ, ଏକକ ଓ ଦ୍ବୈତନୃତ୍ୟ ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା ବେଳେ ମହାବିଦ୍ୟାଳୟର ଛାତ୍ରୀସମୂହ ଅଂଶଗ୍ରହଣ କରି କରିଥିଲେ । ବିଚାରକ ଭାବେ ଅଧ୍ୟାପିକା ସସ୍ମିତା ଆଚାର୍ଯ୍ୟ, ରୋଜାଲିନା ମହାନ୍ତି, ତାରିଣୀ ତନୟା ସର,

ଲିପ୍ସା ମିଶ୍ର, ରୋଜାଲିନ ଦାସ, ଅଧ୍ୟାପକ ଅରୁଣ କୁମାର ମିଶ୍ର, ସନ୍ତୋଷ କୁମାର ଜେନା, ମଳୟ କୁମାର ମଲ୍ଲିକ , ପଦ୍ମଭୂଷଣ ରାଉତରାୟ ପ୍ରମୁଖ ଯୋଗଦେଇ କାର୍ଯ୍ୟନିର୍ବାହ କରିଥିଲେ ।ଉଦଯାପନୀ ସଭା ସାଂସ୍କୃତିକ ସଂଯୋଜକ ଅଧ୍ୟାପକ ଅରୁଣ କୁମାର ମିଶ୍ର ସଂଚାଳନା କରିଥିଲା

ବେଳେ ମୁଖ୍ୟଅତିଥିଭାବେ ଅଧ୍ୟକ୍ଷ ରତ୍ନାକର ଜେନା ଯୋଗଦେଇ ଭାଗନେଇଥିବା ସମସ୍ତ ପ୍ରତିଯୋଗୀଙ୍କ କଳାପ୍ରଦର୍ଶନକୁ ଉଚ୍ଚପ୍ରଶଂସିତ କରିଥିଲେ । ଅନ୍ୟାତମ ଅତିଥିଭାବେ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତ ଅନୁଷ୍ଠିତ ହେବାକୁ ଥିବା ସାମାଜିକ କାର୍ଯ୍ୟ ଓ

କ୍ରୀଡା ପ୍ରତିଯୋଗିତାରେ ସମସ୍ତ ଛତ୍ରୀ ଭାଗନେଇ କାର୍ଯ୍ୟକ୍ରମକୁ ସଫଳ କରିବା ପୂର୍ବକ କ୍ରୀଡାନୈପୂଣ୍ୟ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟାମାନଙ୍କ ମଧ୍ୟରେ ସମସ୍ତ ବିଚାରକ ମଂଚାସିନ ହୋଇ ପ୍ରତିଯୋଗୀଙ୍କ ଫଳାଫଳ ଘୋଷଣା କରିଥିଲେ ।

ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଗ୍ରନ୍ଥାଗାରିକ ଚିତରଞ୍ଜନ ମଲ୍ଲିକ, ମୁଖ୍ୟକିରାଣୀ ପ୍ରଦୀପକୁମାର ପରିଡା, ପ୍ରଶାନ୍ତକୁମାର ପଲେଇ, ଦୁର୍ଗାବତୀ ସ୍ବାଇଁ, ବିଚିତ୍ର ଦଳାଇ, ପ୍ରବିତ୍ର ମୋନ ଜେନା, ପ୍ରଶାନ୍ତ କୁମାର ଦାସ,

କବିତା କଲ୍ଲୋଳିନୀ ସିହ୍ନା ପ୍ରମୁଖ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ । ଆସନ୍ତା କାଲି ଶନିବାର ଠାରୁ କାର୍ଯ୍ୟକ୍ରମର ସାମାଜିକ କାର୍ଯ୍ୟ ଓ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତହେବ ।

Exit mobile version