ବାଇକ ଦୁର୍ଘଟଣାରେ ସ୍ୱାମୀ ମୃତ ; ସ୍ତ୍ରୀ ଗୁରୁତର

ଓଡିଶା ତାଜା ନ୍ୟୁଜ୍ (୧୬ ଜୁଲାଇ ଗୁରୁବାର) କୋରାଇ :- କୋରାଇ ଥାନା ଅନ୍ତର୍ଗତ ଗଜେନ୍ଦ୍ରପୁର-ରଣପୁର ରାସ୍ତାର ପୋଡାତେନ୍ତୁଲି ବୁଲାଣିରେ ଏକ ବାଇକ ଭାର ସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଏକ ଜଳାଶ୍ରୟରେ ପଡି ଯାଇଥିଲେ । ଫଳରେ ଆରୋହୀର ମୃତ୍ୟୁ ହୋଇଥିଲା ବେଳେ ସହଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ୍ୟୁ ଆରୋହୀ ଜଣଙ୍କ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଞ୍ଚରା ଗ୍ରାମର ପ୍ରଦୀପ ରାଉତ(୪୮) ଓ ସହଯାତ୍ରୀ ତାଙ୍କ ସ୍ତ୍ରୀ ଜ୍ୟୋତି ପ୍ରଭା ରାଉତ(୪୦) ବୋଲି ଜଣାପଡିଛି । ସନ୍ଧ୍ୟାରେ ପ୍ରଦୀପ ତାଙ୍କ ସ୍ତ୍ରୀ ଜ୍ୟୋତି ଙ୍କ ସହିତ ଶ୍ୱଶୁରଘର ଅସନଝର ଗାଁକୁ ଆସୁଥିଲେ ।

ହେଲେ ଗଜେନ୍ଦ୍ରପୁର -ରଣପୁର ରାସ୍ତାର ପୋଡା ତେନ୍ତୁଲି ବୁଲାଣି ଜାଣି ନ ପାରି ଭାରସମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ଜଳାଶୟରେ ପଡି ଯାଇଥିଲେ । ବାଇକଟି ପାଣି ମଧ୍ୟରେ ଉଭୟଙ୍କ ଉପରେ ପଡି ରହିଥିବାରୁ ଗୁରତର ଭାବେ ଆହତ ହୋଇଥିଲେ । ଅସନଝର ସରପଞ୍ଚ ନିରଞ୍ଜନ ବାରିକଙ୍କ ସମେତ ସ୍ଥାନୀୟ ଲୋକେ ତାଙ୍କୁ ଯାଜପୁର ରୋଡ ଡାକ୍ତରଖାନାକୁ ନେଇ ଆସିଥିଲେ । ହେଲେ ସେଠାରେ ଡାକ୍ତର ପ୍ରଦୀପ ରାଉତ ଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ପତ୍ନୀ ଜ୍ୟୋତି ଗୁରୁତର ଆହତ ହୋଇଛନ୍ତି । ଯାଜପୁର ପୋଲିସ ଏହାର ତଦନ୍ତ ଚଳାଇଛି । ( ରିପୋର୍ଟ-ରଶ୍ମିରେଖା ମଲ୍ଲିକ )

Exit mobile version