ସିଏମସି ୫୮ ନମ୍ବର ୱ।ର୍ଡ଼ କର୍ପୋରେଟରଙ୍କ ଦ୍ୱାରା ନୂତନ ବର୍ଜ୍ୟ ବସ୍ତୁ ଗାଡ଼ିର ଶୁଭାରମ୍ଭ

୨୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ମହାନଗର ନିଗମ ପକ୍ଷରୁ ୫୮ ନମ୍ବର ୱ।ର୍ଡ଼ର କର୍ପୋରେଟର ଜନାର୍ଦ୍ଦନ ପରିଡ଼ା ଶୁକ୍ରବାର ଦିନ ନୂଆଗଡ଼ ଗ୍ରାମର ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଏକ ବର୍ଜ୍ୟ ବସ୍ତୁ ପରିବହନ ଗାଡ଼ିର ଶୁଭାରମ୍ଭ କରିଥିଲେ । ସିଏମସି ପକ୍ଷରୁ ସକାଳୁ ଘରକୁ ଘର ବୁଲି ଶୁଖିଲା ଏବଂ ଓଦା ବର୍ଜ୍ୟ ବସୁ କଲେକ୍ସନ କରିବା ପାଇଁ ଦୁଇଟି ଛୋଟ ଗାଡ଼ି ୫୮ ନମ୍ବର ୱ।ର୍ଡ଼କୁ ଯୋଗାଇ ଦିଆଯାଇଥିଲା ।

ଏହି ୱ।ର୍ଡ଼ରେ ୧୧ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଦୁଇଟି ଗାଡ଼ିରେ, ନିର୍ଦ୍ଧାରିତ ସମୟ ରେ ବର୍ଜ୍ୟ ବସ୍ତୁ କଲେକ୍ସନ କରିବାରେ ବହୁ ଅସୁବିଧା ହେଉଥିଲା । ଏହାର ପ୍ରତିକାର ପାଇଁ ଆଉ ଗୋଟିଏ ଗାଡ଼ି ୱ।ର୍ଡ଼କୁ ଅଣାଯାଉ ବୋଲି ୱ।ର୍ଡ଼ ବାସୀ କର୍ପୋରେଟରଙ୍କ ନିକଟରେ ଅଭିଯୋଗ କରି ଆସୁଥିଲେ ।

ଲୋକଙ୍କ ସମସ୍ୟାକୁ ଉପଲବ୍ଧି କରି କର୍ପୋରେଟର ଶ୍ରୀ ପରିଡ଼ା ଆଉ ଗୋଟିଏ ଗାଡ଼ି ତାଙ୍କ ୱ।ର୍ଡ଼କୁ ଯୋଗାଇ ଦେବା ପାଇଁ ,ସିଏସସି କମିଶନର, ମେୟରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସିଏମସି ବୈଠକରେ ପ୍ରସ୍ତାବ ରଖିଥିଲେ । କର୍ପୋରେଟରଙ୍କ ପ୍ରସ୍ତାବକୁ ଗ୍ରହଣ କରି ସିଏମସି କତୃପକ୍ଷ ବର୍ଜ୍ୟ ବସ୍ତୁ ଉଠାଇବା ପାଇଁ ଆଉ ଗୋଟିଏ ନୂତନ ଗାଡ଼ ଯୋଗାଇ ଦେଇଥିଲେ ।

ଯାହାକୁ ଆଜି କର୍ପୋରେଟର ବର୍ଜ୍ୟବସ୍ତୁ ପରିବହନ ପାଇଁ ଆସିଥିବା ନୂତନ ଗାଡ଼ିର ଶୁଭାରମ୍ଭ କରିଥିଲେ । ଏହି ଉତ୍ସବରେ ୱ।ର୍ଡ଼ ଦାୟିତ୍ୱରେ ଥିବା ଏସ୍ ଆଇ ମନୋରଞ୍ଜନ ମହାନ୍ତି, ସ୍ୱଛ ସାଥୀ ସୁଚିତ୍ରା ପତି, ସନ୍ତୋଷ କୁମାର ଲେଙ୍କା, ୱ।ର୍ଡ଼ କୋଅଡିନେଟର, ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version